ସେଣ୍ଢତୀରା ବଜାର ସମେତ ୩ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସରପଞ୍ଚ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ବଜାର ସମେତ ୩ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଘୋଷଣା ଖୋଦ୍ ସରପଞ୍ଚ ପ୍ରମଲତା ପ୍ରଧାନ କରିଛନ୍ତି । ଏନେଇ ସେ ଶୁକ୍ରବାର ବିଡିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁ, ଆଇଆଇସି ମିନା ବିନ୍ଧାଣୀକୁ ଲିଖିତ ଜଣାଇଛନ୍ତି । ଶନିବାର ପୂର୍ବାହ୍ନ ୧୦ଟାରୁ ଜୁନ୍ ୩ ତାରିଖ ପୂବାହ୍ନ ୧୦ଟା ପର୍ଯ୍ୟନ୍ତ ସେଣ୍ଢତୀରା ବଜାର ସମେତ ଚାରିପୋଖରିଆ, ସଠତୀରା, ସେଣ୍ଢତୀରା ଆଦି ଗ୍ରାମରେ କଣ୍ଟେନମେଣ୍ଟ କଟକଣା ଲାଗୁ କରାଯାଇଛି । ଶୁକ୍ରବାର ଉକ୍ତ ପଞ୍ଚାୟତରେ ୨ ଜଣ କରୋନା ପଜେଟିଭ୍ ଆକ୍ରାନ୍ତ ବାହାରିବା ପରେ ଲୋକ ମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସରପଞ୍ଚ କହିଛନ୍ତି ।