କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ଅଭିଯୋଗ ପ୍ରକୋଷ୍ଠ ଦ୍ଵାରା ୫୮୧ ମାମଲାର ଫଇସଲା
ନୂଆଦିଲ୍ଲୀ : କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ଅଭିଯୋଗ ପ୍ରକୋଷ୍ଠ ପାଇଥିବା ୫୮୫ଟି ମାମଲା ମଧ୍ୟରୁ ୫୮୧ଟି ମାମଲାର ସମୟୋଚିତ ସମାଧାନ କରିଛି । ଏଥିପାଇଁ ଗଠିତ ଟାସ୍କ ଫୋର୍ସ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅର୍ଥ ଓ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହା କରିପାରିଛି । ଏହି ଟାସ୍କ ଫୋର୍ସ ମଧ୍ୟ ବିଭିନ୍ନ ଅଗ୍ରଣୀ ଶିଳ୍ପ ସଂଘ ଓ ବିଭିନ୍ନ ରାଜ୍ୟରେ ଥିବା ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗରେ ରହିଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା ସବୁ ପ୍ରକାରର ଆପତ୍ତି ଅଭିଯୋଗ, କୋଭିଡ-୧୯ ଜନିତ ଲକଡାଉନ ଯୋଗୁଁ ଉତ୍ପାଦନ ଓ ଯୋଗାଣ ବ୍ୟାହତ ସମସ୍ୟାଗୁଡିକୁ ମକ୍ଟଙ୍ଖସୟଶକ୍ସସରଙ୍ଖବଦ୍ଭମର-ଜ୍ଞକ୍ଟଲକ୍ଟ୍ରସଅଶକ୍ଟଙ୍ଖ.ସଦ୍ଭ ଇ-ମେଲ ଜରିଆରେ ପଠାଯାଇପାରିବ । ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଇନଭେଷ୍ଟ ଇଣ୍ଡିଆର ସଦସ୍ୟମାନଙ୍କୁ ନେଇ ବିଭାଗ ପକ୍ଷରୁ ଏକ ଉତ୍ସର୍ଗୀକୃତ ଟାସ୍କ ଫୋର୍ସ ଓ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ଶିଳ୍ପ ପ୍ରତିଷ୍ଠାନଗୁଡିକ ସିଧାସଳଖ କିମ୍ବା ଏହାର ସଂଘ ଜରିଆରେ ଅଭିଯୋଗ ପ୍ରକୋଷ୍ଠକୁ ଜଣାଇପାରିବେ । ଅଭିଯୋଗ ପ୍ରକୋଷ୍ଠ ଦ୍ଵାରା ନିମ୍ନଲିଖିତ ମୁଖ୍ୟ ବିଷୟ ଉପରେ ଅଭିଯୋଗ ଗ୍ରହଣ କରାଯାଇଛି, ଲକଡାଉନ ଯୋଗୁଁ ପ୍ଳାଣ୍ଟ ସଟଡାଉନ, ପଣ୍ୟାଗାର ସଟଡାଉନ ଜନିତ ସମସ୍ୟା, ଶ୍ରମିକ ଅଭାବ, କର୍ମଚାରୀ ଓ ଶ୍ରମିକମାନଙ୍କ ଯାତାୟାତରେ ବାଧା ବିଭାଗୀୟ ମନ୍ତ୍ରୀ ହରସିମରତ କୌର ବାଦଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଶିଳ୍ପ ସଂଘ, ଶୀତଳ ଭଣ୍ଡାର କର୍ତ୍ତୃପକ୍ଷ ଓ ରପ୍ତାନିକାରୀମାନଙ୍କ ସହ ଭିଡିଓ କନଫରେନ୍ସ ସମ୍ମିଳନୀ ଆୟୋଜନ କରାଯାଇ ତୃଣମୂଳ ସ୍ତରରେ ସମସ୍ୟାର ଉତ୍ସ ଖୋଜାଯାଇଛି । ଭିଡିଓ କନଫରେନ୍ସ ସମ୍ମିଳନୀର ମତ ବିନିମୟ କାଳରେ ଶୀତଳ ଭଣ୍ଡାରଗୁଡିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ତୁରନ୍ତ ପନ୍ଥା ବାହାର କରାଯାଇଛି । ପରିସ୍ଥିତି ସ୍ଵାଭାବିକ ହେବା ସହ ଖାଦ୍ୟ ଓ ଏଥିସହିତ ସଂଶ୍ଳିଷ୍ଟ ଶିଳ୍ପାନୁଷ୍ଠାନରେ ସମ୍ଭାବ୍ୟ ପଦକ୍ଷେପ ନେଇ ମଧ୍ୟ ଆଲୋଚନା କରାଯାଇଛି । ଚାଷୀମାନେ ଯେପରି ଉପକୃତ ହୁଅନ୍ତି ସେଥିପାଇଁ ଅମଳ ହୋଇଥିବା କୃଷିଜାତ ସାମଗ୍ରୀ ଯେପରି ଶିଳ୍ପାନୁଷ୍ଠାନଗୁଡିକୁ ଶୀଘ୍ର ପଠାଯାଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । କୋଭିଡ-୧୯ ପରିସ୍ଥିତି ଦ୍ଵାରା ଯେପରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ବିଶେଷ ପ୍ରଭାବିତ ନହୁଏ ସେଥିନେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ।


