ବଜ୍ରପାତରେ ୧୨ବର୍ଷୀୟା ଛାତ୍ରୀ ମୃତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଂଜ ଜିଲ୍ଲା ଅନ୍ତର୍ଗତ ଜାମୁଦା ଥାନା ଅନ୍ତର୍ଗତ ତେଣ୍ଡା ଗ୍ରାମରେ ଜନୈକ ନାବାଳିକା ଝିଅ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ତେଣ୍ଡରା ଗ୍ରାମର ସ୍ବର୍ଗତ ଗୁଲିଆ ଶିର୍କାର ୧୩ ବର୍ଷୀୟା ଝିଅ ଶିବାନି ଶିର୍କା ଘର ସମ୍ମୁଖରେ ଆଜି (ଗୁରୁବାର) ସକାଳେ ଛିଡ଼ା ହୋଇଥିବା ବେଳେ ହଠାତ ବିଜୁଳି ଚଡ଼କ ପଡ଼ିଥିଲା । ତାଙ୍କୁ ସଂଗେ ଓ ସଂଗେ ରାଇରଙ୍ଗପୁର ହସ୍ପିଟାଲ ଅଣା ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସେ ସ୍ଥାନୀୟ କସ୍ତୁରବା ସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ରୀ ଥୀଲେ ।ବାପ ଛେଉଣ୍ଡ ଝିଅର ଏଭଳି ଦୁଃଖଦ ମୃତ୍ଯୁରେ ଗାଁରେ ଶୋକରେ ଛାୟା ଖେଳିଯାଇଛି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଏଭଳି ଦୁଃଖଦ ଘଟଣା ଶୁଣି ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ଏବଂ ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ