ମହିଳା ସରପଞ୍ଚ ଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲା

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଥାନା ଅଧୀନ ସୁଣ୍ଢିପଲ୍ଲୀ ଗାଁ ର ସଙ୍ଗରୋଧ କେନ୍ଦ୍ରରେ ଜଣେ ଅନୁସୂଚିତ ଜାତି ସମ୍ପ୍ରଦାୟ ର ମହିଳା ସରପଞ୍ଚ ଉଷା ନାୟକ ଙ୍କୁ ଅସଦାଚରଣ ଓ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ସରପଞ୍ଚ ଙ୍କ ଏତଲାକୁ ଭିତ୍ତି କରି ଥାନା ମାମଲା ନଂ.୧୨୭/୨୦ ଦଫା – ୨୯୪/୩୨୩/୩୪୧/୩୫୪/୩୫୪(କ)/୩୫୪(ଖ)/୫୦୬ ସମେତ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନ ର ବିଭିନ୍ନ ଧାରା ରେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି।ଚିକିଟି ଏସ ଡି ପି ଓ ସୁରେନ୍ଦ୍ରନାଥ ମୁର୍ମୁ ତଦନ୍ତକାରୀ ଅଧିକାରୀ ଭାବେ ଘଟଣାର ସତ୍ୟାସତ୍ୟ ନେଇ ସବିଶେଷ ତଦନ୍ତ କରି ଫେରିଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ଡାକ ସ୍ବାଇଁ ଫେରାର ଥିବା ଏସ ଡି ପି ଓ କହିଛନ୍ତି। ସରପଞ୍ଚ ଙ୍କ ଅଭିଯୋଗ ଅନୁଯାୟୀ ସାନଖେମୁଣ୍ଡି ବ୍ଳକ ପ୍ରଶାସନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ର ରେ ଶନିବାର ସକାଳେ ସେ ଅନ୍ତେବାସୀ ଙ୍କ ଖାଦ୍ୟ ପ୍ରସ୍ତୁତି ବ୍ୟବସ୍ଥା ତଦାରଖ କରୁଥିବା ବେଳେ ଅଭିଯୁକ୍ତ ଜଣକ ସଙ୍ଗରୋଧ କେନ୍ଦ୍ର ମଧ୍ୟକୁ ଆସି ସୁରତ ରୁ ଆସି ରହୁଥିବା ତାଙ୍କ ପୁଅ ଓ ଅନ୍ୟ କେତେକ ଅନ୍ତେବାସୀଙ୍କୁ କିଛି ଖାଦ୍ୟଦ୍ରବ୍ୟ ଓ ମଦ ପାଉଚ ଦେବାକୁ ଉଦ୍ୟମ କଲେ। ମହିଳା ସରପଞ୍ଚ ଜଣକ ଏହି ବେଆଇନ କାର୍ଯ୍ୟକୁ ବାରଣ କରିବାରୁ ଅଭିଯୁକ୍ତ ଜଣକ ଉତ୍ତେଜିତ ହୋଇ ତାଙ୍କୁ ଚୁଟି ଧରି ଟଣା ଓଟରା କରିବାସହ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।ଅଭିଯୁକ୍ତ ଜଣକ ତାଙ୍କ ସାଇକେଲ ଟିକୁ ସରପଞ୍ଚ ଙ୍କ ଉପରକୁ ଫୋପାଡି ଦେବାରୁ ସେ ଆହାତ ହୋଇଥିବା କହିଛନ୍ତି।ଏପରିକି ସରପଞ୍ଚ ଙ୍କୁ ଅଭିଯୁକ୍ତ ଜଣକ ଜାତିଆଣ ଆକ୍ଷେପ କରି ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ। ପାଟି ଶୁଣି ସେଠାରେ ଉପସ୍ଥିତ ଥିବା ଦିଗପହଣ୍ଡି ଥାନା ହୋମଗାର୍ଡ ନିରଞ୍ଜନ ସେଠୀ,ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ର କାର୍ଯ୍ୟକର୍ତ୍ତା ସଙ୍ଗୀତା ବାଡତ୍ୟା ଘଟଣା ସ୍ଥଳକୁ ଦୋୖଡି ଯାଇ ସରପଞ୍ଚ ଙ୍କୁ ଅଭିଯୁକ୍ତ ଙ୍କ କବଳରୁ ଉଦ୍ଧାର କରିଥିବା ଏତଲା ରେ ଉଲ୍ଲେଖ ରହିଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ