ମରୈଗାଁରୁ ଗୋଚର ଓ ସ୍ମଶାନ ଜମି ଜବରଦଖଲ ଉଚ୍ଛେଦ କରିବାକୁ ଦାବି

ହାଟଡିହି (ଓ୍ବାଇଏନ୍ଏସ୍) : ମରୈଗାଁ ଗ୍ରାମରେ ଥିବା ଗୋଚର ଓ ସ୍ମଶାନ ପଡିଆକୁ କିଛି ବ୍ୟକ୍ତି ଜୋର ଜବରଦସ୍ତ ଜବରଦଖଲ କରିନେଇଥିବାରୁ ଏହାକୁ ଉଚ୍ଚେଧ କରିବାକୁ ଗ୍ରାମର ବୁଦ୍ଧିଜିବୀ ଓ ବିଷ୍ଠ ନାଗରିକ ମାନେ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଗ୍ରାମର ଖାତାନଂ ୭୧୮ ପ୍ଲଟ ନଂ ୭୮୫ରେ ୮ଏକର ୮୪ଡେସିମିଲ ସରକାରୀ ଗୋଚର ଓ ସ୍ମଶାନ ଜମି ଥିବାବେଳେ କିଛି ବ୍ୟକ୍ତି ଗତ କିଛିବର୍ଷ ହେଲା ଏହାକୁ ଜବରଦଖଲ କରିନେଇ ବାଡ ଘେରାଉ କରି ରଖିଛନ୍ତି । ଯାହାଦ୍ୱାରା ଗାଁରେ ଗୋରୁ ଗାଈ ଚରିବାକୁ ସ୍ଥାନ ମିଳୁ ନଥିବାବେଳେ ସ୍ମଶାନକୁ ଘେରାବନ୍ଦି କରିଦେଇଥିବାରୁ ଶବ ସଂସ୍କାର ପାଇଁ ନାନା ସମସ୍ୟା ସୃଷ୍ଟି ହେଉଛି । ଏପରିକି ସେ ସ୍ଥାନକୁ ଯିବାପାଇଁ ରାସ୍ତା ନଥିବାବେଳେ ସ୍ମଶାନ ଗୃହଟି ମଧ୍ୟ ବାଡଘେରା ଭିତରେ ରହିଯାଇଥିବାରୁ ତାହା କାମରେ ଲାଗି ପାରୁନଥିବା ଶତୃଘ୍ନ ବାରିକ, ଶରତ କୁମାର ସେଠୀ, ପ୍ରତାପ କୁମାର ଦାସ, ଅନାମ ଚରଣ ଘୋଷ, ଗଣେଶ୍ୱର ମହାନ୍ତି, ପୁର୍ବତନ ସରପଞ୍ଚ ସୁଦାମ ଚରଣ ଜେନା, କୃଷ୍ଣଚନ୍ଦ୍ର ସାହୁ, ନିର୍ମଳ ଚନ୍ଦ୍ର ବାରିକ, କମଳାକାନ୍ତ ତ୍ରିପାଠୀ, ସନ୍ତୋଷ କୁମାର ସା ପ୍ରମୁଖ ଅଭିଯୋଗ କରିଛନ୍ତି । ଏହି ଜବର ଦଖଲକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉବୋଲି ସେମାନେ ଦାବି କରି କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାର ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ