ବାଇକ ଦୁର୍ଘଟଣାରେ ବିଜେପି ନେତା ଓ ସହଯୋଗୀ ଆହତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ବାଇକ ଦୁର୍ଘଟଣା ରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାଥୀ ପ୍ରଦୂନ୍ୟ କୁମାର ନାୟକ ଓ ତାଙ୍କ ସହଯୋଗୀ ଟିଟୁ ପ୍ରଧାନ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୯ଟା ସମୟରେ ଉଭୟ ୨ଜଣ ଯାକ ବାଇକ ଯୋଗେ ଜଗନ୍ନାଥପ୍ରସାଦ ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ ବେଲଗୁଣ୍ଠା ନିକଟସ୍ଥ ଉଢୁରା ଗ୍ରାମର ମୁଖ୍ୟ ରାସ୍ତା ଉପରେ ହଠାତ ଏକ ଗାଈ ସାମ୍ନାକୁ ଆସି ବାଇକ ସହ ଧକା ହେବାରୁ ଉଭୟ ରାସ୍ତା ଉପରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ସଂଗେ ସଂଗେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ପଠାଇଥିଲେ। ମେଡ଼ିକାଲ ରେ ଟିଟୁର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାକୁ ଘରକୁ ପଠାଇ ଦେଇଥିବା ବେଳେ ଶ୍ରୀ ନାୟକଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲ କୁ ସ୍ଥାନ।ସ୍ତର କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ