ଛେଳି ଚୋରଙ୍କୁ ବାନ୍ଧିଲା ଗ୍ରାମାଞ୍ଚଳ ପୋଲିସ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):’କରୋନା’ ପାଇଁ ଲୋକେ ଭୟରେ ଆବଶ୍ୟକ ଛଡ଼ା ପଦାକୁ ବାହାରି ନାହାନ୍ତି । ବଜାର ଶୂନଶାନ ନେଇ ଲୁଟେରା,ଚୋର ମାନଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇଛି । ଏଭଳି ଏକ ଘଟଣା ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଘିଆଟାଙ୍ଗରରେ ମଙ୍ଗଳବାର ଦିନ ଦିପ୍ରହରରେ ଘଟିଥିଲା । ମଙ୍ଗଳବାର ଦିନ ଦୁଇଟା ପାଖାପାଖି ସମୟରେ କାଳ ବୈଶାଖୀ ପ୍ରଭାବରେ ଜୀବଜନ୍ତୁ, ମଣିଷ କିଏ ଦୋକାନ ଆଗରେ,କିଏ ଗଛ ମୂଳେ କିଏ ଦାଣ୍ଡ ଜୁଆରରେ ଆଶ୍ରୟ ନେଉଥିଲେ । ଏହିଭଳି ସମୟରେ ଦୁଇ ଯୁବକ ବିଜାତଳା-ବଡାମତଳିଆ ରାସ୍ତା ବାଘିଆଟାଙ୍ଗର ଛକରେ ଏକ ବାଇକ୍ jH 05 CA 1072 ରେ ଆସି ଗଛମୂଳରେ ଛିଡ଼ା ହୋଇଥିବା ୧୦ କେଜିଆ ଛେଳିକୁ ଉଠାଇ ନେଇ ଦୃତ ଗତିରେ ପଳାଉଥିଲେ । ଏହାକୁ ବାଘିଆଟାଙ୍ଗର ଗାଁର ଉଦୟ ମାଝୀ (ଛେଳି ମାଲିକ)ଦେଖି ପିଛା କରିଥିଲେ ।ମୁଣ୍ଡାଠାକୁରା ଛକ ବମ୍ବେରେ ବାଇକ ଚାଳକ ଭାରସାମ୍ୟ ହରାଇ ଖସିପଡ଼ି ଲହୁ ଲୁହାଣ ହୋଇଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଏସଆଇ ଶତପଥୀ ବାବୁ ଆହତ ମାନଙ୍କୁ ଉଦ୍ଧାର କରିଥିଲେ ।ଛେଳି ମାଲିକ ଉଦୟ ମାଝୀ ଦୁଇ ଯୁବକ ଜାମଦା ଥାନା ଅନ୍ତର୍ଗତ ବେଲପୋଷୀ ଗ୍ରାମର ଚନ୍ଦ୍ରମୋହନ ପାତ୍ର (୨୫) ଏବଂ ଶିବ ଗୋପ ନାମରେ ଛେଳି ଚୋରଙ୍କୁ ନେଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହାକୁ ନେଇ କେଶ ନଂ ୬୫/୨୦ ରୁଜୁ କରି ବୁଧବାର ଦିନ କୋର୍ଟ ଚାଲାଣ କରିଛି ।


