ରାଇରଙ୍ଗପୁର ପୌରାଞ୍ଚଳର ୮ନଂ ୱାର୍ଡରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ସମଗ୍ର ଦେଶ’କରୋନା’ମହାମାରୀ ଭୂତାଣୁ ସଂକ୍ରମଣରେ କବଳିତ । ଏହାକୁ ନେଇ ଚାରିଆଡେ ତାଲାବନ୍ଦୀ । ଔଷଧ ବିଜ୍ଞାନ ଚିକିତ୍ସା ଏଯାଏଁ ସଫଳ ହୋଇନାହିଁ ।ମାସ୍କ,ସାନିଟାଇଜେସନ, ସାମାଜିକ ଦୂରତା,ଯୋଗ, ଖାଦ୍ୟ ପ୍ରତିରୋଧକ ଶକ୍ତି ଓ ଡାକ୍ତରଙ୍କ ସହ ପରାମର୍ଶ ହିଁ ଏକମାତ୍ର ବିକଳ୍ପ । ସାମାଜିକ ଦୂରତା ନେଇ ସମସ୍ତେ ଜାଣି ଅଜଣା, କେହି କାହାକୁ ବିଶ୍ୱାସ କରୁନାହାନ୍ତି କାଳେ କାହାକୁ ହେଇଥିବା! ତେଣୁ ଏଭଳି ଘଡିଷନ୍ଧି ବିପଦ ସମୟରେ ବିଭିନ୍ନ ରକ୍ତଭଣ୍ଡାରରମାନଙ୍କରେ ରକ୍ତ ଅଭାବ ଦେଖାଦେଇଛି । ରୋଗୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ତାଲାବନ୍ଦୀ ସମୟରେ ଉତ୍କଳ ମାତାର କୌଣସି ସନ୍ତାନ ଯେଭଳି ରକ୍ତ ଟୋପାଏ ପାଇଁ ଡହଳ ବିକଳ ନ ହୋଇ ମରନ୍ତି ସେଥିପାଇଁ ଦଳୀୟ କର୍ମୀମାନେ ଗୁରୁତର ସହିତ ପୀଡିତମାନଙ୍କୁ ସହାୟତା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତଦସହ ମୟୂରଭଂଜ ବିଜେଡି ପ୍ରଭାରୀ ରାଜ୍ୟ ବିଜେଡି ସାଧରଣ ସଂପାଦକ,ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଭାଇ), ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ତଥା ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ (ମୁକ୍ତିଭାଇ), ରାଇରଙ୍ଗପୁର ପୌରାଞ୍ଚଳ ବିଜେଡି ପର୍ଯ୍ୟବେକ୍ଷକ,ରାଇରଙ୍ଗପୁର ପୌରାଞ୍ଚଳର ଦୁଇ ଦୁଇ ଥର ପୂର୍ବତନ ଅଧ୍ୟକ୍ଷ, ତଥା ମୋରଡା ବିଧାୟକ ରାଜାକିଶୋର ଦାସ(ରାଜୁ ଭାଇ)ଙ୍କ ଆହ୍ୱାନକ୍ରମେ ବିଜେଡିର ଅନନ୍ୟ ସାମାଜିକ ଅନୁଷ୍ଠାନ’ଜୀବନ ବିନ୍ଦୁ’ ଆନୁକୁଲ୍ୟରେ ରାଇରଙ୍ଗପୁର ପୌରାଞ୍ଚଳର ୮ନମ୍ବର ଓ୍ବାର୍ଡରେ ବିଶିଷ୍ଟ ସମାଜସେବୀ ଦୀପ୍ତିମାନ ବଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୁରୁବାର ଦିନ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ମହତ ରକ୍ତଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋରଡା ବିଧାୟକ ରାଜ କିଶୋର ଦାସ ଫିତା କାଟି ‌ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ନଗର ବିଜେଡି ସଭାପତି ବୁଲୁ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ପାର୍ଥସାରଥୀ କବି,ସରକାରୀ ଏପିପି ପଙ୍କଜ ଦାସ, ବରିଷ୍ଠ ଓକିଲ ଗୌରୀ ଦତ୍ତ, ପୂର୍ବତନ କାଉନସିଲର ନାରୀ ନେତ୍ରୀ ପୂର୍ଣ୍ଣିମା ମହାନ୍ତ, ମୟୁରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡି ଯୁବନେତା ଜଲେନ୍ ବାର୍ଦା, ଶାଶ୍ୱତ ବଳ, ଯୁବନେତା ଗଣେଶ ମିଶ୍ର, ଛାତ୍ର ନେତା ବିକାଶ ମହାନ୍ତ, ବରିଷ୍ଠ ସାମ୍ବାଦିକଅସିମମହାପାତ୍ର,ସମାଜ ସେବୀ ଅରବିନ୍ଦ ବାଗାଡିଆ, ଅଧ୍ୟାପକ ବିଜୟ ରାମ ପ୍ରମୁଖ ସାମିଲ ଥିଲେ । ଏଥିରେ ୨୯ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।ରକ୍ତ ସଂଗ୍ରହରେ ରାଇରଙ୍ଗପୁର ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ପ୍ରତ୍ୟୁଷ ରଂଜନ ମିଶ୍ର,ଜଳେନ୍ଦ୍ର ନାଥ ରଣା ଏବଂ ତାଙ୍କ ଟିମ୍ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିକନ ଦାସ ,ବନ୍ଧନ ବଳ,ମଣ୍ଟି ଦାସ,ଅବଦୁଲ ଖାଁ,ବଂଧୁଆ ବେହେରା,ସୁନିଲ ବେହେରା,ସିପୁ ସ୍ବାଇଁ, ବଳଦେବ ମହାନ୍ତଙ୍କ ସମେତ ୨୯ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ ।ସଂଖ୍ୟାରେ ଅଳ୍ପ ୟୁନିଟ ରକ୍ତ ସଂଗ୍ରହ ହେଲେ ମଧ୍ୟ ରକ୍ତ ସଂକଟରେ ଆଉଟୁ ପାଉଟୁ ହେଉଥିବା ରୋଗୀମାନଙ୍କର କିଛିଟା ଅଭାବ ପୂରଣ କରି ପାରିବ ଓ ରୋଗୀଙ୍କ ଜୀବନ ବଂଚାଇବାରେ ସାହାଯ୍ୟ କରିବ ଏହା ନିଃସନ୍ଦେହ ! ସମାଜସେବୀ ଦୀପ୍ତିମାନ ବଳ, ପୂର୍ଣ୍ଣିମା ମହାନ୍ତ ଏବଂ କମଳେଶ ବଳଙ୍କ ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ