ଜୁଆ ଆଡ୍ଡା ଉପରେ ଚଢାଉ ୪ଟି ବାଇକ ଓ ୧ ସ୍କୁଟି ସହ ୨ ଜଣଙ୍କୁ ଅଟକ
ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ ଅଂଚଳରେ ରାତିରେ ଜୁଆ ଖେଳ ଚାଲିଥିବା ନାଉଗାଁ ଥାନା ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରାଯାଇଥିଲା । ଖେଳ ସ୍ଥାନରୁ ୨ ଜଣ ଜୁଆ ଖେଳାଳିଙ୍କୁ ଧରାଯିବା ସହିତ ୪ଟି ବାଇକ ଓ ଗୋଟିଏ ସ୍କୁଟି ଗାଡି ଜବତ କରାଯାଇଛି । ସୂଚନା ମୁତାବକ ନାଉଗାଁ ଅଂଚଳର ବିଭିନ୍ନ ଗାଁ ଗହଳିରେ ପ୍ରତ୍ୟେହ ରାତ୍ର ସମୟରେ ଜୁଆଖେଳ ହେଉଛି । ପୋଲିସ ପକ୍ଷରୁ ଜୁଆ ଖେଳାଳିମାନଙ୍କୁ ଧରିବା ପାଇଁ ଅନେକ ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ଧରିବାରେ ସଫଳ ହୋଇ ନଥିଲା । କିନ୍ତୁ ଗତକାଲି ରାତିରେ ବଛାଳୋ ପଂଚାୟତର ଏକ ସ୍ଥାନରେ ଜୁଆ ଖେଳ ହେଉଥିବା ବିଶେଷ ସୂତ୍ର ଖବର ପାଇଁ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ହେଲେ ଖେଳାଳିମାନେ ଖବର ପାଇଁ ସେଠାରୁ ଫେରାର ହୋଇଯାଉଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ବ୍ୟକ୍ତିକୁ ଧରିବା ସହିତ ୪ଟି ବାଇକ ଓ ଗୋଟିଏ ସ୍କୁଟି ଗାଡିକୁ ଜବତ କରି ଥାନାକୁ ଆଣିଥିଲେ । ଥାନା ପକ୍ଷରୁ ଏକ ମାମଲା ୭୯/୨୦୨୦ ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।


