ବଜ୍ରପାତରେ ୭ଗୋରୁଙ୍କ ମୃତ୍ୟୁ ସରକାରୀ ସାହାଯ୍ୟ ଦାବୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବସ୍ତିଙ୍ଗିଆ ପଞ୍ଚାୟତ ନିକଟ ଗୁଡିରିଗାଁ ରେ ଅପରାହ୍ନରେ ବଜ୍ରପାତ ଘଟି ୭ଗୋରୁଙ୍କ ମୃତ୍ୟୁ ହୋଇଛି। ଅପରାହ୍ନରେର ଗୋରୁଗୁଡିକ ଚରୁଥିବାବେଳେ ବର୍ଷା ହେବାରୁ ଆମ୍ବଗଛ ତଳକୁ ପଳାଇଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଯଦୁମଣି କହଁର ଓ ଲାଲୁ କହଁରଙ୍କର ଗୋଟିଏ ଲେଖାଏ ବଳଦ ଓ ସରସ୍ତନ କହଁର, ପ୍ରଶ୍ନ କହଁର, ଅକ୍ଷୟ ବଗର୍ତ୍ତୀ, ଲଡୁ କିଶୋର ବଗର୍ତ୍ତୀଙ୍କର ୫ଟି ଗାଈଙ୍କ ରହିଛି। ଏମାନେ ଗରୀବ ଶ୍ରେଣୀ ର ହୋଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।


