ସାମାଜିକ ଦୂରତା ମାନୁ ନାହାଁନ୍ତି ଘରୋଇ ଋଣ ପ୍ରଦାନ କାରୀ ସଂସ୍ଥା
ରାଇକିଆ (ପ୍ରଦୀପ କୁମାର ବେହେରା) : କରୋନା କୁ ନେଇ ସବୁଠି କଟକଣା ଜୋରଦାର କରାଯାଉଛି । ବିଶେଷ କରି ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵ ରକ୍ଷା କିପରି କରାଯାଇପାରିବ ତାକୁ ପ୍ରାଥମିକତା ଦିଆ ଯାଉଛି । ଏହାକୁ ଅମାନ୍ୟ କରିଲେ ଜୋରିମାନା ମଧ୍ୟ ଆଦାୟ କରା ଯାଉଛି । ଏହାର କିନ୍ତୁ ଖୋଲାଖୋଲି ଉଲ୍ଲଂଘନ ହେଉଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବିଭିନ୍ନ ଗ୍ରାମାଞ୍ଚଳ ରେ । ଘରୋଇ ଋଣ ପ୍ରଦାନ କାରୀ ସଂସ୍ଥା ମାନେ ମହିଳା ଗ୍ରୁପ୍ ଙ୍କୁ ଦିଆଯାଇଥିବା ମାସିକ ଋଣ କିସ୍ତି ଆଦାୟ ପାଇଁ ଗାଁ ଗାଁ ବୁଲୁଛନ୍ତି । ବିଭିନ୍ନ ସ୍ଥାନ ରେ ବୈଠକ ଆୟୋଜନ କରି ଋଣ ଆଦାୟ କରିଛନ୍ତି । ଏହି ସବୁ ବୈଠକ ରେ ଆଦ୍ୱୋ ସାମାଜିକ ଦୂରତା ରକ୍ଷା କିମ୍ବା ମାସ୍କ ପିନ୍ଧା ଯାଉନାହିଁ । ବହୁ ସଂଖ୍ୟା ରେ ମହିଳା ଏକଜୁଟ ହୋଇ ବୈଠକ ରେ ବସିଛନ୍ତି । ଗୋଟିଏ ପଟେ ଜିଲ୍ଲା ରେ କରୋନ ସଂକ୍ରମିତ ଙ୍କ ସଂଖ୍ୟା ବଢୁ ଥିବା ବେଳେ ଗ୍ରାମାଞ୍ଚଳ ରେ ଏଭଳି ଦୃଶ୍ୟ ଚିନ୍ତା ବଢ଼ାଇଛି ।


