ଦାରିଙ୍ଗବାଡି ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ୧୭୮ ପ୍ରବାସୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ସଙ୍ଗରୋଧ କେନ୍ଦ୍ରରୁ ଅଦ୍ୟାବଧି ୧୭୮ ପ୍ରବାସୀ ଘରକୁ ଫେରିଛନ୍ତି। ଏବେ ଆହୁରୀ ୫୬୫ ଜଣ ୯ଟି ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ସରକାରୀ ତାଲିକା ପ୍ରକାରେ ସେମାନଙ୍କୁ ଖାଦ୍ୟ ଦିଆଯାଉଛି। ନିୟମିତ ସ୍ବାସ୍ଥ୍ୟପରୀକ୍ଷା କରାଯାଉଥିବା ଭ୍ରାମ୍ୟମାଣ ଡାକ୍ତରୀ ଦଳର ଡାକ୍ତର ଅମ୍ବିକାପ୍ରସାଦ ଶତପଥୀ କହିଛନ୍ତି। ନିୟମିତ ପ୍ରବାସୀ ଫେରୁଥିବାବେଳେ ସେମାନଙ୍କୁ ରୋଷେଇ କରି ଖାଇବାକୁ ଦେବାକୁ ରୋଷେୟା ମିଳୁନାହାନ୍ତି। କେତେକ କେନ୍ଦ୍ରକୁ ଜାଗୃତି ପକ୍ଷରୁ ଓ ଆଉ କେତେକ କେନ୍ଦ୍ରକୁ ହୋଟେଲରୁ ଖାଦ୍ୟ ଦିଆଯାଉଥିବା ପ୍ରଶାସନ ସୂଚନା ଦେଇଛି। କେନ୍ଦ୍ରରେ ରୋଷେଇ କରିବାକୁ ଲୋକେ ରାଜି ହେଉ ନ ଥିବା ବିଡିଓ ଜଗଦୀଶ ଷଡଙ୍ଗୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ