ଆପଣାନ୍ତୁ ଏହିି ଟିପ୍ସ, ଛୋଟ ଘର ବି ବଡ ଦେଖାଯିବ
ପ୍ରାୟତଃ ସମସ୍ତେ ଏକ ବଡ ଘର ତିଆରି କରିବା ପାଇଁ ସ୍ୱପ୍ନ ଦେଖିଥାନ୍ତି । ହେଲେ ଜାଗା କମ୍ ହେବା କିମ୍ବା ତିଆରି ସମୟରେ କିଛିଟା ଭୁଲ ଯୋଗୁ ଘରର ଆକାର ଛୋଟ ହୋଇଯାଇଥାଏ । ତେବେ ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ ଯାହା ଦ୍ୱାରା ଛୋଟ ଘର ବି ବଡ ଦେଖାଯିବ । ଯଦି ଆପଣଙ୍କର ଘର ଛୋଟ ତେବେ ଅଧିକ ଫର୍ଣ୍ଣିଚର, ଗାଢ଼ ରଙ୍ଗର ପରଦା ଓ କାରପେଟ୍ ବ୍ୟବହାର କରନ୍ତୁ ନାହିଁ । ଘରକୁ ଅଳ୍ପ ମାତ୍ରାରେ ବଡ କିମ୍ବା ଖୋଲା ରଖିବାକୁ ଚାହୁଁଛନ୍ତି ମିଲ୍ଟି ପର୍ପସ ଫର୍ଣ୍ଣିଚର ବ୍ୟବହାର କରନ୍ତୁ । ଘରକୁ ବଡ ଦେଖିବାକୁ ଚାହୁଁ୍ଥିଲେ କମ୍ ଫର୍ଣ୍ଣିଚର ରଖନ୍ତୁ । ଯାହାଦ୍ୱାରା ଘର ଅଳ୍ପମାତ୍ରାରେ ଖୋଲା ଦେଖାଯିବା ସହ ଦେଖିବାକୁ ଭଲ ଲାଗିଥାଏ । ଛୋଟ ଫୁଲ ପ୍ରିଣ୍ଟର ହାଲ୍କା ରଙ୍ଗର ବେଡସିଟ୍ ଓ ପରଦା ବ୍ୟବହାର କରନ୍ତୁ । ଗାଢ଼ ରଙ୍ଗର ପରଦା ଘରେ ଲଗାଇଲେ ଅଣନିଶ୍ୱାସୀ ଲାଗିବା ଭଳି ଅନୁଭବ ହୋଇଥାଏ । ଘରର କାନ୍ଥରେ ହାଲ୍କା ରଙ୍ଗର ଚୂନ ଲଗାନ୍ତୁ । ଘରେ ଓଜନିଆ କାରପେଟ୍ ବିଛାଇବା ପରିବର୍ତ୍ତେ ହାଲ୍କା ରଙ୍ଗର ଗାଲିଚା ପକାନ୍ତୁ । ଶୋଇବା ଘର ଛୋଟ ଥିଲେ ବେଡ ଉପରେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ । ଯଦି ଆପଣ ରେଜେଇ ବ୍ୟବହାର କରୁଛନ୍ତି ତେବେ ଏହା ସହିତ ଦୁଇଟି ତକିଆ ରଖନ୍ତୁ । ବୈଠକ ଘରର ତଳେ ଆରାମଦାୟକ ଗଦି ପକାନ୍ତୁ । ଏଥିସହିତ କୁସନ ମଧ୍ୟ ରଖିପାରିବେ । ଚଟାଣରେ ଅଧିକ ଜିନିଷ ରଖନ୍ତୁ ନାହିଁ, କାନ୍ଥରେ ଲଗାଇବା ଭଳି ଆଲମିରା ବ୍ୟବହାର କରନ୍ତୁ । ଯାହା ଦ୍ୱାରା ଘରଟି ଅଧିକ ଖୋଲା ଲାଗିଥାଏ । ଯଦି ଘରେ ଜିନିଷ ଅଧିକ ରଖୁଛନ୍ତି ସୋଫା ବଦଳରେ ସୁନ୍ଦର ଡିଜାଇନର ଚୌକି ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ଘର ସୁନ୍ଦର ଓ ଅଲଗା ଦେଖାଯାଇଥାଏ ।


