ଚଳିତ ବର୍ଷ ଘୋଷଣା ହେବନି କୌଣସି ନୂତନ ଯୋଜନା
ନୂଆଦିଲ୍ଲୀ, (ଓ୍ୱାଇଏନ୍ଏସ୍): ଚଳିତ ବର୍ଷ ଆଉ କୌଣସି ନୂତନ ଯୋଜନା ହେବନାହିଁ ବୋଲି ଶୁକ୍ରବାର ଦିନ ଅର୍ଥମନ୍ତ୍ରାଳୟ ଘୋଷଣା କରିଛି । ଅର୍ଥ ମନ୍ତ୍ରାଳୟ କହିଛି ଯେ, ଆତ୍ମ ନିର୍ଭର ଭାରତ ଅଭିଯାନ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ପ୍ୟାକେଜ୍ ପାଇଁ ମଞ୍ଜୁର ହୋଇଥିବା ଏବଂ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯିବ । ଏଥର ଆର୍ଥିକ ବର୍ଷରେ କୌଣସି ଯୋଜନା ଅନୁମୋଦନ ହେବନାହିଁ । ଅନୁମୋଦିତ ହୋଇ ସାରିଥିବା ନୂତନ ଯୋଜନାଗୁଡ଼ିକ ମଧ୍ୟ ୨୦୨୧, ମାର୍ଚ ୩୧ ତାରିଖ ଯାଏଁ ସ୍ଥଗିତ ରହିବ ।କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଦୀର୍ଘଦିନ ଧରି ଲକ୍ ଡାଉନ୍ ଯୋଗୁଁ ରାଜସ୍ୱ ହ୍ରାସର ମୁକାବିଲା କରିବାକୁ ସରକାର ଖର୍ଚ୍ଚ ଉପରେ କଟକଣା ଜାରି କରିଛନ୍ତି ।