ବାଉନଘର ବାରିକସାହି ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ଶେଷ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବାଉନଘର ବାରିକସାହିସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନ ଯାତ୍ରା ଶେଷ ହୋଇଛି । ପୂଜକ ଦେବେନ୍ଦ୍ରନାଥ ପଣ୍ଡା, ସତ୍ୟବାନ ପଣ୍ଡା, ରବିନ୍ଦ୍ର ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । କର୍ତ୍ତା ଭାବରେ ନାରାୟଣ ବାରିକ, ଦୁଃଶାସନ ଗ୍ରହାଚାର୍ଯ୍ୟ, ସୁରେନ୍ଦ୍ର ବେହେରା ଦାୟୀତ୍ୱ ତୁଲାଇଥିଲେ । ପ୍ରାରମ୍ଭରେ ନିକଟସ୍ଥ ମହାଦେବ ପୁଷ୍କରିଣୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ପୂଜାକାର୍ଯ୍ୟ ରୀତିନୀତି ଅନୁଯାୟୀ ସମ୍ପାଦନ ହୋଇଥିଲା । ତିନି ଦିଅଁଙ୍କୁ ସ୍ନାନ କରାଯାଇ ଅଣସର ଘରେ ରଖାଯାଇଥିଲା । ସେହିପରି ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି ।


