ପଥ ପ୍ରାନ୍ତ ନାଟକ ସାଇବର କ୍ରାଇମ ଉପରେ ଲୋକଙ୍କୁ ସଚେତନତା କରାଯାଇଛି

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରାଜ୍ୟରେ ଚର୍ଚ୍ଚାରେ ଥିବା ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷା ସାରା ସର୍ମା ବିଭିନ୍ନ ପ୍ରକାର ସାହାର୍ଯ୍ୟ ଓ ସଚେତନତା କରାଇ ସୁନାମ ଅର୍ଜନ ଧନ୍ୟ କରିଛନ୍ତି । ଗୀତ, ନୃତ୍ୟୁ ଓ ଲୋକଙ୍କୁ ବିଭିନ୍ନ ପ୍ରକାର ଆଇନର ସଚେତନା ଓ ନାରୀଙ୍କ ପ୍ରତି ବିଭିନ୍ନ କାର୍ଯ୍ୟକ୍ରମ କରିଚାଲିଛନ୍ତି । ସେଥି ମଧ୍ୟରୁ କିଛି ଦିନ ତଳେ ସାଇବର କ୍ରାଇମକୁ ରୋକିବା ପାଇଁ ଏକ ପଥପ୍ରାନ୍ତ ନାଟକକୁ ନିଜେ ଉଦଘାଟନ କରି ପ୍ରଥମେ ଜିଲ୍ଲାରେ ଲୋକଙ୍କୁ ସଚେତନତା କରାଇଥିଲେ ପରେ ବିଭିନ୍ନ ଥାନା ଗୁଡିକରେ ସଚେତନତା କରିବା ପାଇଁ ଜାରି ରଖିଛନ୍ତି । ଆଜି ଦିନିକିଆ ମୋହନା ଥାନା ଗସ୍ତରେ ଆସି ଏସପି ସାରା ସର୍ମା ମୁଖ୍ୟ ବଜାର ଛକରେ ସାଇବର କ୍ରାଇମର ପଥ ପ୍ରାନ୍ତକ ନାଟକ ପରିବେଷଣ କରାଇଥିଲେ । ଏଥିଦ୍ୱାରା ଲୋକଙ୍କ ସଚେତନତା କରାଇଥିଲେ ଯେ କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜ ଏଟିଏମକାର୍ଡ ନଦେବା ପାଇଁ, କୌଣସି ବ୍ୟକ୍ତି ଫୋନ କରି ନିଜ ଏଟିଏମ ନମ୍ବର କିମ୍ବା ପାସୱାର୍ଡ ମାଗେ ଦେବେ ନାହିଁ, କୌଣସି ମୋବାଇଲ ମାଧ୍ୟମରେ ଅଶ୍ଳୀଳ ବ୍ୟବହାର କରିବେ ନାହିଁ । ଅଜଣା ବ୍ୟକ୍ତିଙ୍କୁ କୌଣସି ପ୍ରକାର ନିଜର ତଥ୍ୟ ଦେବେ ନାହିଁ ଏହି ଭଳି ବିଭିନ୍ନ ପ୍ରକାର ସାଇବର କ୍ରାଇମ ଉପରେ ନାଟକ ମାଧ୍ୟମରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ମୋହନା ପରିଚାଳନା କରିଥିଲେ ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏଥିରେ ଅତିଥିଭାବେ ଏସପି ସାରା ଶର୍ମା, ରା.ଉଦୟଗିରି ଏସଡିପିଓ ଅଶୋକ ମହାନ୍ତି ଉପସ୍ଥିତ ଥିଲେ । ଏହି ନାଟକରେ ଅଭିନୟ କରିଥିଲେ ଜିଲ୍ଲାର ପୋଲିସ କର୍ମଚାରୀମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ