ମାଲେରୁ ତୁତିକୋରିନ ଅଭିମୁଖେ ପ୍ରସ୍ଥାନ କଲା ଆଇଏନଏସ ଜଳଶ୍ଵ
ନୂଆଦିଲ୍ଲୀ : ଅପରେସନ ସମୁଦ୍ର ସେତୁ ଅଧୀନରେ ଭାରତୀୟ ନୌସେନା ଜାହାଜ ଜଳଶ୍ଵ ୭୦୦ ଭାରତୀୟ ନାଗରିକଙ୍କୁ ଧରି ଗତକାଲି ୦୫.୦୬.୨୦୨୦ ମାଲେ ଛାଡିଛି । ବିଦେଶରେ ଫସିଥିବା ଭାରତୀୟ ନାଗରିକଙ୍କୁ ଆଣିବା ଉଦ୍ଦେଶ୍ୟରେ ଏହି ଜାହାଜ ଗତ ୦୪ ତାରିଖ ଦିନ ମାଳଦୀପର ରାଜଧାନୀ ମାଲେଠାରେ ପହଞ୍ଚିଥିଲା । ଏହି ଜାହାଜ ମାଳଦୀପ ଛାଡିବା ବେଳେ ସେଠାକାର ତଟରକ୍ଷୀ କମାଣ୍ଡାଣ୍ଟ ମହମ୍ମଦ ସଲିମ ସେଠାରେ ଉପସ୍ଥିତ ଥିଲେ । ତୃତୀୟ ଦଫା ଯାତ୍ରାରେ ଜଳଶ୍ଵ ମାଳଦୀପ ଓ ଶ୍ରୀଲଙ୍କାରୁ ବନ୍ଦେ ଭାରତ ମିଶନ ଅଭିଯାନରେ ୨୭୦୦ଭାରତୀୟ ନାଗରିକଙ୍କୁ ସ୍ଵଦେଶ ଫେରାଇ ଆଣିଛି । ଏହି ଜାହାଜ କରୋନା ନୀତିନିୟମ କଡାକଡି ପାଳନ କରି ୦୭.୦୬.୨୦୨୦ ତୁତିକୋରେନ ପହଞ୍ଚିବ । ତାମିଲନାଡ଼ୁର ତୁତିକୋରିନଠାରେ ପହଞ୍ଚିବା ପରେ ସେଥିରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ତାମିଲନାଡୁ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ରହିଛି ।


