ବହଳଦାରୁ ୨’କରୋନା ପଜିଟିଭ୍

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ’ଙ୍କ ସଂଖ୍ୟା ଆଜି ସଦ୍ୟ ପ୍ରକାଶିତ ରିପର୍ଟ ଅନୁସାରେ ସଙ୍ଗରୋଧ କେନ୍ଦ୍ରରୁ ୬’ଜଣ,ଘରୋଇ ସଙ୍ଗରୋଧ ରୁ ୬’ଜଣ ଓ ଆଞ୍ଚଳିକ ସଂସ୍ପର୍ସରେ ୧’ଜଣ ମିଶି ମୋଟ ୧୩’ଜଣ ନୂତନ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି।ତେବେ ସଙ୍ଗରୋଧ କେନ୍ଦ୍ରରେ ଥିବା ମହାରାଷ୍ଟ୍ର ଫେରନ୍ତା ୪’ଜଣ ଓ ଦିଲ୍ଲୀ ଫେରନ୍ତା ୧’ଜଣକୁ ନେଇ ମୋଟ ୫’ଜଣ ପ୍ରବାସୀ ଶୁଳିଆପଦା ବ୍ଲକରୁ ଚିହ୍ନଟ ହୋଇଛନ୍ତି। ସେହିପରି ଯଶିପୁର ବ୍ଲକ ଚାକଡି ଗ୍ରାମ ପଞ୍ଚାୟତର ଉସ୍କି ସଙ୍ଗରୋଧରେ ସଙ୍ଗରୋଧ ରହଣୀ ଶେଷ କଲାପରେ ତାମିଲନାଡୁ ଫେରନ୍ତା ୬’ଜଣ ପ୍ରବାସୀ ବର୍ତ୍ତମାନ ଘରୋଇ ସଙ୍ଗରୋଧରେ ରହିଥିବା ବେଳେ ସେମାନେ କରୋନା ଭୂତାଣୁରେ ସଂକ୍ରମିତ ଥିବା ତାଙ୍କ ନମୁନା ପରୀକ୍ଷଣ ରିପର୍ଟରୁ ସ୍ପଷ୍ଟ ହୋଇଛି ।ତେବେ ବାମନଘାଟୀ ଉପଖଣ୍ଡ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ମୁକ୍ତ ରହିଥିଲା ବେଳେ ନୂତନ ଭାବେ ବହଳଦା ବ୍ଲକରୁ ୨’ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣା ପଡିଛି।ବହଳଦା ବ୍ଲକ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଗୁଜୁରାଟର ସୁରଟରୁ ପରିବାର ସହିତ ଫେରିଥିବା ୪’ଜଣ ପ୍ରବାସୀ’ଙ୍କ ମଧ୍ୟରୁ ଜଣେ ୦୬’ବର୍ଷ ବୟସ୍କ ଶିଶୁ କନ୍ୟା କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇ ଥିବାବେଳେ ଅନ୍ୟଜଣେ ଶଶ ଗ୍ରାମପଞ୍ଚାୟତ ଶଶ ଗ୍ରାମର ୨୩’ବର୍ଷ ବୟସ୍କା ବିବାହିତ ଯୁବତୀ ବୋଲି ଜଣାପଡିଛି।ଯୁବତୀ ଜଣକ ଗ୍ରାମରେ ପରିବାର ସହିତ ରହୁଥିଲାବେଳେ ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିବା ଜଣା ପଡିଛି।ସେ ବହଳଦା,ରାଇରଙ୍ଗପୁର,କରଞ୍ଜିଆ ଓ ବାରିପଦା ଡାକ୍ତରଖାନାରେ ଚିକତ୍ସିତ ହୋଇ ଆସିଥିଲେ।ଶେଷରେ କଟକ ବଡମେଡିକାଲ ଗଲାପରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା।ତେବେ ସେ କରୋନା ସଂକ୍ରମିତ ଥିବା ପ୍ରଚାରିତ ହେଲାପରେ ବାମନଘାଟୀ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।ଯୁବତୀ’ଙ୍କ ପୈତୃକ ଘର ନିକଟସ୍ଥ କୁଲଗୀ ଗ୍ରାମରେ ଥିବାରୁ ସେଠାକୁ ବରାବର ଯିବା ଆସିବା କରୁଥିଲେ ଏବଂ ତାଙ୍କ ପିତା ବହଳଦା ବଜାରରେ ଥିବା ଏକ ତେଜରାତି ଦୋକାନରେ କାର୍ଯ୍ୟରତଥିଲେ ସେହିପରି ଯୁବତୀ’ଙ୍କ ସ୍ବାମୀ ଅଞ୍ଚଳରେ ବୁଲିବୁଲି ଜଳଖିଆ ବିକ୍ରି କରିଥାନ୍ତି।ଏହାକୁ ଦେଖି ସଂକ୍ରମିତ’ଙ୍କ ସଂଖ୍ୟା ବହୁମାତ୍ରାରେ ବଢିବାର ସମ୍ଭାବନା ରହିଥିବାବେଳେ ଯୁବତୀ’ଙ୍କ ସଂସ୍ପର୍ସର ରୂପରେଖା ବିଷୟରେ ତଦନ୍ତ ଚାଲିଥିବା ଜଣାପଡିଛି।ତେବେ କଟକରେ ଚିକିତ୍ସାଧିନ ଥିବା ଉକ୍ତ ବିବାହିତ ଯୁବତୀ’ଙ୍କ ମାଆ ଏବଂ ସ୍ବାମୀଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯିବା ସହିତ ନମୁନା ସଙ୍ଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଛି।କଟକରେ ଥିବା କରୋନା ଆକ୍ରାନ୍ତ’ଙ୍କୁ ଛାଡି ଅନ୍ୟ ସମସ୍ତ’ଙ୍କୁ ବାରିପଦା ସ୍ଥିତ କିମ୍ସ କୋଭିଡ-୧୯’ ଚିକିତ୍ସାକେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ