ବିଡ଼ିଓ ସାଜିଲେ ଅଭିନେତା : କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ କଲେ କୋରନା ସଚେତନତା

କୁକୁଡାଖଣ୍ଡି, (ଓ୍ୱାଇଏନ୍‌ଏସ୍‌): କୁକୁଡାଖଣ୍ଡି ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଗଦାଧର ପାତ୍ର ମହାମାରୀ କୋରନା ଦାଉରୁ ନିରୀହ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ପ୍ରଶାସନିକ ଅଧିକାରୀ ଦାୟିତ୍ୱ ନିର୍ବାହ କରିବା ସହିତ ଏକା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ମଧ୍ୟ ବାଣ୍ଟିଛନ୍ତି I ଉକ୍ତ ଚଳଚ୍ଚିତ୍ରରେ ଅଧିକାରୀ ଉଚ୍ଚ କୋଟିର ଅଭିନୟ ମଧ୍ୟ ଦେଖିବାକୁ ମିଳିଚି I ‘କରୋନା ତୁ ଫେରିଯା’ ନାମରେ ନିର୍ମାଣ ହୋଇଥିବା ଚଳଚ୍ଚିତ୍ରର କାହାଣୀ ଲେଖିବା ସହ ବିଡ଼ିଓ ଖୋଦ କରୋନା ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି I ପ୍ରଶାସନିକ ଅଧିକାରୀଙ୍କ ଉଚ୍ଚକୋଟିର ଅଭିନୟ ସାମାଜିକ ଗଣମାଧ୍ୟମରେ ବେଶ ଭାଇରଲ ହେବାରେ ଲାଗିଚି I ତାଙ୍କ ସହ ଅନ୍ୟ ଏକା ଭୂମିକାରେ କୁସୁମୀ ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମଧୁ ସୁଦନ ମିଶ୍ର ଏବଂ ଅନ୍ୟ ଏକ ଭୂମିକାରେ ରଞ୍ଜନ ପଟ୍ଟନାୟକ ଅଭିନୟ କରିଚନ୍ତି I ଏହାର ନିର୍ଦେଶନା ଦାୟିତ୍ୱ ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସୁଧୀର ରଥ ତୁଲାଇଚନ୍ତି I କରୋନା ମହାମାରୀ ରୂପନେଇ ସାରା ବିଶ୍ୱରେ କାୟା ବିସ୍ତାର କରିବା ସହ ବର୍ତ୍ତମାନ ଭାରତ ବର୍ଷକୁ କବଳିତ କରିବାରେ ଲାଗିଚି ଏବଂ ହଜାର ହଜାର ଜୀବନ ମଧ୍ୟ ନେଇସରିଲାଣି ଏହି ମହାମାରୀ I ତେଣୁ କରୋନାର କରାଳ ରୂପରୁ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧି ହାତକୁ ବାରମ୍ବାର ସାବୁନରେ ଧୋଇ ଘରେ ରହି କରୋନା ଚେନ ଭାଙ୍ଗିହବ ବୋଲି ବୋଲି ଚଳଚ୍ଚିତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଚି I କରୋନାର ବିସ୍ତାର ଭୟାଭୟତା ଓ ତାର ପ୍ରତିକାର ସମ୍ପର୍କରେ ଚଳଚ୍ଚିତ୍ରରେ ଅତି ସୁନ୍ଦର ଭାବରେ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଦିଆଯାଇଛି I ବହୁ ସମୟରେ ପୋଲିସ ଅଧିକାରୀ ମାନେ ଗୀତଗାଈ ସଚେତନତା ବାଣ୍ଟିବାର ଦୃଶ୍ୟ ଆମେ ଦେଖିଥିବା ବେଳେ ବିଡ଼ିଓଙ୍କ ଏହି ପ୍ରୟାସ ଜନମାନସରେ ବେଶ ପ୍ରଶଂସାନିୟ ହୋଇପାରିଚି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ