‘ସ୍ପ୍ରେଡ଼ ହାପିନେସ’ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ପୁନେ ଗତ କାଲି ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ ତରଫରୁ ପୁନେର ଛିଞ୍ଚବଡ଼ ଅଜନ୍ତା ନଗରରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ନିଜ ସୁରକ୍ଷା ନିଜ ହାତରେ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ୫୦୦ ଶହରୁ ଉର୍ଦ୍ଧ୍ବ ସ୍ଥାନୀୟ ଲୋକଙ୍କ ସହିତ ୧୦୦ରୁ ଉର୍ଦ୍ଧ୍ବ ଶିଶୁ କୁ ନେଇ କରୋନା କୋଭିଡ଼-୧୯ ରୁ ରକ୍ଷା ପାଇବା ଉପରେ ପ୍ରାଥମିକ ସଚେତନତା ସହିତ ପ୍ରାଥମିକତା ଉପଚାର ଉପରେ ଜନ ସଚେତନତା କରାଯିବା ସହିତ ଉପସ୍ଥିତ ୫୦୦ ଲୋକଙ୍କୁ ସୁରକ୍ଷା କବଚ କିଟ ବଣ୍ଟନ କରାଯାଇଥିଲା।ଏହି କିଟରେ ସାନିଟାଇଜର,ଡେଟଲ ସାବୁନ,୨ଟି ମାସ୍କ କୁ ନେଇ ସୁରକ୍ଷା କିଟ ପ୍ରସ୍ତୁତ କରାଯାଇଥିଲା।ଛୋଟ ପିଲା ମାନଙ୍କୁ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଖାଇବା ପୂର୍ବରୁ ଠିକସେ ହାତ ଧୋଇବା ସର୍ବଦା ମାସ୍କ ଲଗେଇବା ସାନିଟାଇଜର ଲଗେଇବା ବିନା କାରଣରେ ଘରୁ ନବାହାରିବା ପାଇଁ ପିଲା ମାନଙ୍କୁ ସଚେତନ କରାଯାଇଥିଲା।ଶେଷରେ ପିଲା ମାନଙ୍କୁ କରୋନା ସଚେତନତା ବାର୍ତା ଶୁଣିବା ଆଗ୍ରହକୁ ଦୁଗୁଣିତ କରିବା ପାଇଁ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ ତରଫରୁ ପିଲା ମାନଙ୍କୁ ବିସ୍କୁଟ ଓ କଦଳୀ ବଣ୍ଟାଯାଇ ଥିଲା।ଏହି ଜନ ସଚେତନତା କାର୍ଯ୍ୟରେ ସ୍ପ୍ରେଡ଼ ହାପିନେସ ଫାଉଡେଶନର ସଂଯୋଜକ ସୌମ୍ୟ ରଞ୍ଜନ ମହାପାତ୍ର,ପ୍ରମୁଖ ସଦସ୍ୟ ଜନ୍ମେଜୟ ବିଶ୍ୱାଳ,ଆନନ୍ଦ ମହାପାତ୍ର,ଵିଜୟ ବେହେରା,ଶତାବ୍ଦୀ ମହାନ୍ତି,ଜ୍ୟୋତିରଞ୍ଜନ ପଣ୍ଡା, ଉଲାସ କୁମାର ଦାସ,ଆଞ୍ଜୁ କୁମାରୀ ଓ ହାପି,ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ