ଜ୍ୱାଇଁର କଟୁରୀ ମାଡରେ ଶଳା ଓ ଶାଶୁ ଗୁରୁତର

କୋଦଳା, (ଗୁଲସନ କୁମାର କର): ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ କରଣ ସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି।ପାରିବାରିକ କଳହକୁ ନେଇ ଜ୍ୱାଇଁର କଟୁରୀ ଆଘାତରେ ଶଳା ଓ ଶାଶୁ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ସୋମବାର ଅପରାହ୍ନରେ କରଣ ସାହିର ରାମ ଚିନରା ନାମକ ବ୍ୟକ୍ତିଙ୍କର ଘରେ ପଶିଥିଲେ ତାଙ୍କର ସାନ ଜୋଇଁ ଆଦିତ୍ୟ ସାହୁ। ତାଙ୍କ ଘର ଆସିକା ଥାନା ଅନ୍ତର୍ଗତ ଢଉଗାଁର ବୋଲି ଜଣାପଡିଛି। ଏକ ଧାରୁଆ କଟୁରୀରେ ଆଦିତ୍ୟ ନିଜ ଶାଳକ ଗୌରା ଚିନରାକୁ ହାଣୁଥିବା ସମୟରେ ଶାଶୁ ଭାସି ଅଟକାଇବାକୁ ଚେଷ୍ଟା କରିଥିଲେ ।ତେବେ ଶାଶୁଙ୍କୁ ମଧ୍ୟ ହାଣିବାକୁ ଉଦ୍ୟମ କରିଥିଲେ ।ଉଭୟଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ବେଳେ ପରେ ବ୍ରହ୍ମପୁର ବଡମେଡିକାଲକୁ ପଠା ଯାଇଥିଲା ।ଗୌରାକଂ ମୁଣ୍ଡର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା ବେଳେ ଶାଶୁ ଭାସିକଂ କାନ୍ଧରେ ଆଘାତ ଲାଗିଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ଜ୍ୱାଇଁ ପୁଅ। ଗୋଟିଏ ନାଲି ରଙ୍ଗର ବାଇକ୍ ଯୋକେ ଜ୍ୱାଇଁଙ୍କ ସହ ଅନ୍ୟ ଦୁଇଜଣ ବ୍ୟକ୍ତି ଆସିଥିବା ପରିବାର ଲୋକେ କହିଛନ୍ତି। କିନ୍ତୁ କେବଳ ଜ୍ୱାଇଁ ହିଁ ଏଭଳି କାଣ୍ଡ କରିଥିବା କହିଛନ୍ତି ଆହତ ଶାଶୁ ଓ ଶାଳକ। ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ