ରେସୱା ସ୍ୱାଧାର ଗୃହରେ ଅନ୍ତେବାସୀ ଯୁବତୀଙ୍କ ବିବାହ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ପୋରାଚଂଳ ଅନ୍ତର୍ଗତ ମନକରପୁରସ୍ଥିତ ରେସଫ୍ୱା ସ୍ୱାଧାର ଗୃହର ଅନ୍ତେବାସୀ ଏକ ଯୁବତୀଙ୍କ ଆଜି ହିନ୍ଦୁ ରିତୀନୀତି ଅନୁଯାଇ ବିବାହ ସମ୍ପନ୍ନ ହୋଇଛି । ଘଟଣାରୁ ପ୍ରକାଶ ଯେ ପ୍ରାୟ ଦେଢବର୍ଷ ତଳେ ଏକ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ସଂପୃକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା । ସେହି ଅଭିଯୋଗ ଅନୁଯାଇ ଥାନା ପକ୍ଷରୁ ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସଂପୃକ୍ତ ନାବାଳିକାଙ୍କ ଠାରୁ ୧୬୪ଧାରାରେ ବୟାନ ରେକର୍ଡ କରାଯିବା ପରେ ରେସୱା ସ୍ୱାଧାର ଗୃହରେ ରଖାଯାଇଥିଲା । ସମସ୍ତ ଆଇନଗତ ପଦକ୍ଷେପ ନିଆଯିବା ପରେ ଅନୁମତି କ୍ରମେ ଆଜି ରେସୱା ସ୍ୱାଧାର ଗୃହ ପରିସରରେ ସଂପୃକ୍ତ ଯୁବତୀ ଟାଉନ ଥାନା ଅନ୍ତର୍ଗତ ଅଛୁତିପୁର ଗ୍ରାମର ସୂର୍ଗତ ନେତ୍ରାନନ୍ଦ ବେହେରାଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ବିବାହ ଟାଉନ ଥାନା ଅନ୍ତର୍ଗତ କମାରଖଣ୍ଡି ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପୁଅ ଲିଟୁନା ବେହେରାଙ୍କ ସହିତ ହିନ୍ଦୁ ରିତୀନୀତି ଅନୁଯାଇ ଶିଶୁ କଲ୍ୟାଣ ସମିତି ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ରଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି । ଝିଅଘର ପକ୍ଷରୁ କେହି ଉପସ୍ଥିତ ନଥିବା ବେଳେ ପୁଅଘର ପକ୍ଷରୁ ବାପା ସୁରେନ୍ଦ୍ରଙ୍କ ସହ ଅନ୍ୟ ପରିବାରବର୍ଗ ଓ ବନ୍ଧୁମାନେ ଉପସ୍ଥିତ ଥିବାର ଦେଖାଯାଇଥିଲା । ରେସୱା ସ୍ୱାଧାର ଗୃହର ପରିଚାଳିକା ମିନତୀ ମହାରଣା, ରେନୁଜା ରାଉତ, ସେକ ଲିଆକତ ହୋସେନଙ୍କ ସମେତ ସମସ୍ତ ଅନ୍ତେବାସୀମାନେ ବିବାହକାର୍ଯ୍ୟ ସମ୍ପନ୍ନରେ ସହଯୋଗ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ଏହି ବିବାହ ପାଇଁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ରେସୱା ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ