ସଙ୍ଗରୋଧରୁ ଫେରି ଜୀବିକା ଚିନ୍ତାରେ ପ୍ରବାସୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳର ସହସ୍ରାଧିକ ଯୁବକ ପରିବାର ପ୍ରତିପୋଷଣ ସକାଶେ ଭିଟାମାଟି ଛ।।ଡ଼ିଛନ୍ତି । ଅର୍ଥ ରୋଜଗାର ଆଶାରେ ବାହାର ରାଜ୍ୟ ସରତ, ମୁମ୍ବାଇ, କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛିତିଶିଗଡ଼ ପ୍ରମୁଖ ରାଜ୍ୟକୁ ଯାଇ କାମ କରି ପ୍ରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ପରେ ଦେଶର ବିଭିନ୍ନ ରାଜ୍ୟର କର୍ମସଂସ୍ଥାନ ଗୁଡ଼ିକ ବନ୍ଦ ହୋଇ ପଡ଼ିଛି । ବେରୋଜଗାର ହୋଇଛନ୍ତି ବହୁ ଯୁବକ । ଏଭଳି ଦୁର୍ଦ୍ଦିନ ସମୟରେ କାମଧନ୍ଧା ହରାଇ ସହସ୍ରାଧିକ ଯୁବକ ନିଜ ନିଜ ଭିଟାମାଟିକୁ ଫେରିଛନ୍ତି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳର ସହସ୍ରାଧିକ ପ୍ରବାସୀ ଶ୍ରମିକ ଭିଟାମାଟିକୁ ଫେରିବା ପରେ ସରକାରଙ୍କ ନିୟମାନୁସାରେ ୨୧ /୧୪ ଦିନ ଲେଖାଏଁ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରିଥିଲେ । ନିର୍ଦ୍ଧାରିତ ଅବଧି ପୁର୍ଣ୍ଣ ପରେ ପରିବାରକୁ ଲେଉଟିଛନ୍ତି । ବାହାର ରାଜ୍ୟରେ କାମଧନ୍ଦା ହରାଇ ଭିଟାମାଟିକୁ ଫେରିଥିବା ଶ୍ରମିକ ମାନେ ସଙ୍ଗରୋଧ କେନ୍ଦ୍ରରେ ଅବଧି ପୁରଣ ପରେ ଘରେ ବସି ରହିଛନ୍ତି । ପରିବାର ପ୍ରତିପୋଷଣ ସକାଶେ କେଉଁଠାରେ ମଧ୍ୟ କାମଧନ୍ଦା ପାଉନାହାନ୍ତି । ପରିବାର କିପରି ପ୍ରତିପୋଷଣ କରିବେ ସେ, ନେଇ ଚିନ୍ତିରେ ରହିଛନ୍ତି । ଅଜଣା କରୋନା ଭାଇରସ ଆମ ଜୀବିକା ଛଡ଼ାଇନେଲା । ଭିଟାମାଟିରେ କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ କରିବା ସକାଶେ ବାହାର ରାଜ୍ୟକୁ ଯାଇଥିଲୁ । ଅଧିକ କିଛି ଅର୍ଥ ଉପାର୍ଜନ କରିବା ପରେ ତେଲ ଲୁଣର ସଂସାର କରି ଯାହା କିଛି ବଳୁଥିଲା ଭିଟାମାଟିରେ ପଡ଼ି ରହିଥିବା ବାପା, ମା, ସ୍ତ୍ରୀ ଓ ପିଲାଛୁଆଙ୍କ ପେଟକୁ ଆହାର ଯୋଗାଇବା ପାଇଁ ପ୍ରତିମାସରେ ଘରକୁ ଟଙ୍କା ପଠାଉଥିଲୁ । ଅନ୍ୟ ରାଜ୍ୟରେ ଫସି ରହି ବହୁତ ଦୁଃଖ ଦୁର୍ଦ୍ଦଶାରେ କିଛି ଦିନ ଚଳିବା ପରେ ନିଜ ଖର୍ଚ୍ଚରେ ବସ୍ ଯୋଗେ ଭିଟାମାଟିେୀ ପହଂଚିଲୁ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ସଙ୍ଗରୋଧ କେନ୍ଦ୍ରରେ ରହି ଅବଧି ପୁରଣ କରିବା ପରେ ଘରକୁ ଫେରିଛୁ । ଗାଁରେ କୌଣସି ପ୍ରକାର କାମଧନ୍ଦା ନମିଳିବାରୁ ପରିବାର ଚଳାଇବା ବହୁତ କଷ୍ଟକର ହୋଇପଡ଼ିଛି ବୋଲି ଅଂଚଳର ବହୁ ପ୍ରବାସୀ କହିଛନ୍ତି । ରାଜ୍ୟ ସରକାର ପ୍ରତ୍ୟେକ ଦିନ କାମଧନ୍ଦା ଯୋଗାଇଥିଲେ ଦୁଃଖେକଷ୍ଟ ପରିବାର ପ୍ରତିପୋଷଣ କରି ଆରାମରେ ରହିଥାନ୍ତୁ । ପରିବାର ଠାରୁ ଦୂରରେ ରହି କାମ କରିବାକୁ ଇଚ୍ଛା ନଥିଲେ ମଧ୍ୟ ଅର୍ଥ ଉପାର୍ଜନ ଆଶାରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛୁ । ମନରେଗା ଯୋଜନାରେ ସବୁଦିନ କାମ ମିଳିଥିଲେ ମଧ୍ୟ ବାହାର ରାଜ୍ୟକୁ ଯାଇ କଷ୍ଟ ସ୍ୱୀକାର କରିନଥାନ୍ତୁ ବୋଲି ଫେରନ୍ତା ପ୍ରବାସୀ ମାନେ କହିଛନ୍ତି । ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଯେକୌଣସି ଯୋଜନାରେ ମଧ୍ୟ କାମଧନ୍ଦା ଯୋଗାଇ ଦେଲେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ହୋଇପାରନ୍ତା ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ