ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ,୬ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ବୋଲଡାଗୁମ୍ମା ଛକ ନିକଟରେ ଏକ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁବରଣ କରିବା ସହ ୬ଜଣ ଆହାତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବଡପୋତ୍ତାର ଗ୍ରାମରୁ ଏକ ବିଦ୍ୟୁତ ପୋଲ ବଝେଇ ଟ୍ରାକ୍ଟର ନଂ. ଓଆର୍ ୨୦ ୯୨୭୨ ୬ଜଣ ଶ୍ରମିକମାନଙ୍କୁ ନେଇ ମଣ୍ଡଳସାହି ଲୋବା ଯାଉଥିବାବେଳେ ମଣ୍ଡଳସାହି ନିକଟସ୍ଥ ବୋଲଡାଗୁମ୍ମା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଥିଲା । ତେବେ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବା ୭ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ । ଆହତ ୬ଜଣଙ୍କ ମଧ୍ୟରୁ ଜଣକୁ ବ୍ରହ୍ମପୁର ଓ ଦୁଇଜଣଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାକୁ ନେଇ ରାମଗିରି ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରୀ ରହିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ବାଲଡି ଗ୍ରାମର ମଣ୍ଟୁ ପ୍ରଧାନ । ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଯାଇଛି । ଏନେଇ ୧୫/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ରାମଗିରି ଥାନା ଅଧିକାରୀ ବିକାଶ କୁମାର ସେଠୀ ଜଣାଇଛନ୍ତି ।