ପୈାରାଚଂଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୈାରାଚଂଳର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଜିଲ୍ଲାପାଳ ସମର୍ଥ ବର୍ମା ପରିଦର୍ଶନ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିକଟରେ ନିର୍ମାଣଧିନ ପାଠାଗାର, ଜ୍ଞାନପୀଠ ନିକଟରେ ନିର୍ମାଣଧିନ ଟ୍ରାଫିକପାର୍କ, ଅଯୋଦ୍ଧାନଗରସ୍ଥିତ ସେନସରିଂ ପାର୍କ ଓ ସରକାରୀ ହାଇସ୍କୁଲ ଖେଳପଡିଆ ପରିସରରେ ନିର୍ମାଣଧିନ ଜିମ ଏବଂ ଖେଳପଡିଆର ଉନ୍ନତିକରଣ କାର୍ଯ୍ୟର ପ୍ରକଳ୍ପ ଗୁଡିକୁ ପରିଦର୍ଶନ କରିବା ସହ ସେହିସବୁ ଉନ୍ନୟନ କାର୍ଯ୍ୟର ପ୍ରକଳ୍ପ ଗୁଡିକୁ ନିର୍ଦ୍ଦାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ସହିତ ପୋରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଓ ପୈାରଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।