ଗଞ୍ଜାମ ଜିଲ୍ଲାପାଳଙ୍କ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ବେଲଗୁଣ୍ଠI ବ୍ଲକ୍ ପରିଦର୍ଶନରେ ଆସି ବ୍ଲକ୍ ରେ ଚାଲିଥିବା ମେଗା ସ୍ଵାସ୍ଥ୍ୟ ସ୍କ୍ରିନଙ୍ଗ୍ କାର୍ଯ୍ୟକ୍ରମର ତଦାରଖ କରିବା ସହ ପ୍ରବାସୀ ଓଡ଼ିଆମାନେ ରହିଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ଅନ୍ତେବାସୀ ମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ I ଅପରାହ୍ଣରେ ଜିଲ୍ଲାପାଳ ମହୋଦୟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମୀଞ୍ଜ, ବେଲଗୁଣ୍ଠI ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢୀ ଏବଂ ତହସିଲଦାର ସରୋଜ କୁମାର ବେହେରାଙ୍କ ସହ ଆସି ଗାଙ୍ଗପୁର ପଞ୍ଚାୟତର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ର ପରିଚାଳନାରେ ଖୁସି ପ୍ରକଟ କରିଥିଲେ I ସଙ୍ଗରୋଧ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ତଥା ବିଶ୍ଵ ପରିବେଶ ଦିବସ ପାଳନ ବିଷୟରେ ଜାଣି ଅନ୍ତେବାସୀ, କେନ୍ଦ୍ର ଅଧୀକ୍ଷକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସରପଞ୍ଚଙ୍କୁ ସାଧୁବାଦ୍ ଜଣାଇଛନ୍ତି I ଅନ୍ତେବାସୀମାନଙ୍କଠାରୁ ଖାଦ୍ୟର ମାନ ଉତ୍କୃଷ୍ଟ ମାନର ହେଉଥିବା ଜାଣିବା ପରେ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କୁ ଧନ୍ୟବାଦ ଦେଇଥିଲେ I ବିଦ୍ୟାଳୟର ସବୁଜ ପରିବେଶ ଏବଂ ସ୍ଵଚ୍ଛତାରେ ସମସ୍ତ ଅଧିକାରୀ ସନ୍ତୋଷ ପ୍ରକଟ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ