‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ମେଘମହ୍ଲାର କବିତା ଆସର ଅନୁଷ୍ଠିତ
ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍) : ‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ‘ମେଘମହ୍ଲାର’ଶୀର୍ଷକ ମୌସୁମୀ କବିତା ଆସର ଓ ସାରସ୍ୱତ ସମାରୋହ ଡ. ପ୍ରଭାବତୀ ପଣ୍ଡାଙ୍କ ସଭାପତିତ୍ୱରେ ସ୍ଥାନୀୟ ‘ଆତିଥ୍ୟ’ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦିକା ମମତା ମହାପାତ୍ର ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଅତିଥିମାନଙ୍କ ପରିଚୟ ଦେବା ସଂଗେ ସଂଗେ କବି ବିଦ୍ୟୁତ୍ପ୍ରଭା ଦେବୀଙ୍କ ବର୍ଷାକବିତା ଆବୃତି ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକା ଜୁଲାଇ-୨୦୧୯ ସଂଖ୍ୟାର ଲୋକାର୍ପଣ ହୋଇଥିଲା । ଏଥରର ସଂଖ୍ୟାରେ ଯଶସ୍ୱନୀ କଣ୍ଠଶିଳ୍ପୀ ସଂଗୀତା ଗୋସାଇଁଙ୍କର ସାକ୍ଷାତ୍କାର ନେଇଛନ୍ତି ସୁଶ୍ରୀ ଗୀତାଞ୍ଜଳି ସିଂହ । ଦୈନିକ ସମ୍ବାଦପତ୍ର ‘କାଳାନ୍ତର’ର ସଂପାଦକ ସୌମ୍ୟକାନ୍ତ ସାମନ୍ତରାୟଙ୍କୁ ମୁଖ୍ୟଅତିଥି ବନଜ ଦେବୀ ‘ଶ୍ରେଷ୍ଠ ସଂପାଦକ’ ଭାବେ ସମ୍ବର୍ଦ୍ଧିତ କରିଥିଲେ ଓ ପ୍ରତିମା ପଣ୍ଡା ମାନପତ୍ର ପାଠ କରିଥିଲେ । ମୁଖ୍ୟଅତିଥି ସାରଳା ପୁରସ୍କାରପ୍ରାପ୍ତ ବନଜ ଦେବୀ ଯୋଗଦେଇ, ‘ପ୍ରକୃତି ସ୍ୱପ୍ନର ଗନ୍ତାଘର ଅଥଚ ଆମେ ପ୍ରକୃତି ସହ ଏତେ ଅନ୍ତରଙ୍ଗ ହୋଇପାରି ନାହୁଁ । ସମୟ ଆମ ହାତରୁ ସ୍ୱପ୍ନକୁ ଛଡ଼ାଇ ନେଇଛି । ତଥାପି ସ୍ୱପ୍ନ ମଣିଷକୁ ଯଶୋବନ୍ତ କରିଛି । ଆମେ ଜ୍ଞାନର ମାଧୁର୍ଯ୍ୟ ଓ ଅର୍ଥର ପ୍ରାଚୁର୍ଯ୍ୟ ପାଇଥିଲେ ହେଁ, ଜୀବନର ପ୍ରାଚୁର୍ଯ୍ୟ ହରାଇଛେ । ମାନସିକ ବିପର୍ଯ୍ୟୟ ଆମକୁ ସଙ୍କଟମୟ କରାଇଛି । ମାତ୍ର ଆମେ ଆଶାବାଦୀ । ସାହିତ୍ୟ,ସଂସ୍କୃତି ଓ ମାଟିକୁ ନେଇ ଆମେ ଆଗେଇଯିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଡ. ହରିଶ୍ଚନ୍ଦ୍ର ବେହେରା ପ୍ରାଚୀନ କାଳରୁ ଏଯାବତ୍ କବିମାନଙ୍କ ବର୍ଷା କବିତାରୁ କିଛିଅଂଶ ଉଦ୍ଧୃତ କରିଥିଲେ । ସମ୍ମାନିତ ଅତିଥିଭାବେ କବୀ ଅଞ୍ଜଳି ପଣ୍ଡା କବିତା ଆସରର ଅୟୋଜକକୁ ପ୍ରଶଂସା କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି କବି ବିମଳ ଜେନା ବର୍ଷାସହ ବିରହର ସଂପର୍କ ରହିଥିବା ବର୍ଣ୍ଣନା କରିଥିଲେ । ସଭାପତି ଡ. ପଣ୍ଡା ବାଟବଣା ମୌସୁମୀକୁ କବିତା ଦ୍ୱାରା ଆବାହନ କରିବା ସଂଗେ ସଂଗେ ପତ୍ରିକାର ପ୍ରତିଷ୍ଠାତ୍ରୀ ୰ ଡାକ୍ତର ରାଧା ଦେବୀଙ୍କୁ ସ୍ମରଣ କରି ବାଲେଶ୍ୱର ଭଳି ତ୍ୟାଗ, ସାହିତ୍ୟ ଓ ସଂସ୍କୃତିର ମାଟିରେ ‘ଯୁଗଶ୍ରୀ ଯୁଗନାରୀ’ର ଉତରୋତର ଉନ୍ନତି କାମନା କରିଥିଲେ । ପ୍ରାୟ ୩୦୦ଶହରୁ ଉଦ୍ଧ୍ୱର୍ ସାହିତ୍ୟିକଙ୍କ ଉପସ୍ଥିତିରେ ‘ମୌସୁମୀ’ର ରୋମାଂଚକର ପରିବେଶ ମଧ୍ୟରେ ସ୍ୱରଚିତ କବିତାପାଠ କରିଥିଲେ – କବି ଡ.ପ୍ରହ୍ଲାଦ ଚରଣ ମହାନ୍ତି, ଡ.ଶିରୀଶ ଚନ୍ଦ୍ର ଜେନା, ଲୋଚନ ବେହେରା, ଉମେଶଚନ୍ଦ୍ର ନାୟକ, ରଞ୍ଜନ ବାଗ, ସୈରୀନ୍ଧ୍ରୀ ସାହୁ, କାଳିପଦ ପଣ୍ଡା, ପ୍ରଭାକର ସାହୁ, ଆଶୁତୋଷ କରଣ, ମନସ୍ୱିନୀ ଦେବୀ, ଚାରୁଚନ୍ଦ୍ର ସେଠୀ, ପୁଷ୍ପାରାଣୀ ସେନାପତି, ମଧୁସୂଦନ ମିଶ୍ର, ଜ୍ୟୋସ୍ନା ସେନାପତି, ଜ୍ୟୋସ୍ନା ରାୟ, ଗଗନ ସେଠୀ, ଦୀନବନ୍ଧୁ ଲେଙ୍କା, ମୀନାରାଣୀ ସେଠୀ, କ୍ରୀଷ୍ଣା ପ୍ରଧାନ, ଇନାୟତ ଅଲ୍ଲି ଖାଁ, ସୁରେନ୍ଦ୍ରନାଥ କର, ଅଜିମ୍ ବାଲେଶ୍ୱରୀ, ନୃସିଂହ ନାୟକ, ଜଳଧର ପଣ୍ଡା, ସୁଧାକର ସେଠୀ, ଅପର୍ଣ୍ଣା କର, ଜୟନ୍ତ ରଣା, କମଳାକାନ୍ତ ଦାଶ ଓ ଦୀନବନ୍ଧୁ ଲେଙ୍କା, ରତ୍ନାକର ସିଂହ, ବିଦ୍ୟାଧର ସାହୁ, ପରେଶ ରାୟମହାପାତ୍ର, ଝରଣା ମଲ୍ଲିକ, ପ୍ରଭାତୀ ଦାସ, କଲ୍ୟାଣୀ ନନ୍ଦ, ବିଭୂତିଭୂଷଣ ସେନାପତି, ସନ୍ତୋଷ ଦାସ, ଆଶୁତୋଷ କରଣ, ଅଶୋକ ମହାପାତ୍ର, ଅଞ୍ଜଳି ପଣ୍ଡା, ଚାରୁଚନ୍ଦ୍ର ବେହେରା, ରବିନ୍ଦ୍ର କୁମାର ପାତ୍ର, ମହେନ୍ଦ୍ର ପ୍ରସାଦ ଧଳ, ରାଧାରାଣୀ ମହାପାତ୍ର, ସବିତା ବେହେରା, ପ୍ରଶାନ୍ତ ଦତ, ସନାତନ ଦାସ, ନୃସିଂହ ନାୟକ, ମାଳତୀ ଧଳ, ବିଦ୍ୟାଧର ସେଠୀ, ଅପର୍ଣ୍ଣା କର । ଏହି ‘ମେଘମହ୍ଲାର’ କବିତା ପାଠୋତ୍ସବକୁ କବୀ ତନୁଜା ପଣ୍ଡା ଓ ସବିତାରାଣୀ ବେହେରା, ସଂପାଦିକା ‘ସ୍ମୃତି ସାନ୍ତ୍ୱନା’ ସଂଯୋଜନା କରିଥିଲେ । ଜୟନ୍ତ ପାଣିଗ୍ରାହୀ ବେଦପାଠ କରିଥିବା ବେଳେ କଲ୍ୟାଣୀ ନନ୍ଦ, ବାସନ୍ତୀ ଦେ, ସୁବ୍ରତା ମହାନ୍ତି ‘ବନ୍ଦେ ଉକ୍ରଳ ଜନନୀ..’ ଓ ଶ୍ୱେତାଲିସା ଶୁଭଦର୍ଶିନୀ ଜଗନ୍ନାଥଙ୍କ ଭଜନ ଗାନ କରିଥିôଲେ । ଅଧ୍ୟାପକ କମଳାକାନ୍ତ ଦାଶ ମଂଚ ଆହ୍ୱାନ ଏବଂ ଗାଳ୍ପିକା ସ୍ମୃତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବସନ୍ତ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ବେହେରା ସଭା ପରିଚାଳନା କରିଥିଲେ ।


