ପ୍ରଥମ ଥର ପାଇଁ ପାରାଦ୍ୱୀପ ପୌରାଞ୍ଚଳ ଛୁଇଁଲା କୋରୋନା
ପାରାଦ୍ୱୀପ (ପୀତବାସ ପ୍ରଧାନ) : ଗତ ୧୦ତାରିଖ ଦିନ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୩୩ଜଣ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶନିବାର ଦିନ ଆଉ ୧୩ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ମାନଙ୍କ ମଧ୍ୟରେ ଜଣେ କୋରୋନା ସଂକ୍ରମିତ ପାରାଦ୍ୱୀପ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ୧୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଞ୍ଚିଲା । ଏହି ୧୩ଜଣଙ୍କ ମଧ୍ୟରୁ ବାଲିକୁଦା ବ୍ଳକରୁ ସର୍ବାଧିକ ୭ଜଣ, ନାଉଗାଁରୁ ଜଣେ, ପାରାଦ୍ୱୀପ ପୌରାଞ୍ଚଳରୁ ଜଣେ ଓ ତିତ୍ତୋଲ ଅଞ୍ଚଳରୁ ୪ଜଣ ଚିହ୍ନଟ ହୋଇଥିôବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣକଥା ହେଲା ଏହି ସଂକ୍ରମିତମାନେ ସମସ୍ତେ ପ୍ରବାସୀ, ଗୁଜୁରାଟ ଓ ହରିଆନାରୁ ଜଣେ ଲେଖାଏଁ ଫେରିଥିôବା ବେଳେ ମହାରାଷ୍ଟ୍ରରୁ ୫ଜଣ, ତାମିଲିନାଡୁରୁ ୩ଜଣ ଓ ଦିଲ୍ଲିରୁ ୩ଜଣ ଫେରିଥିବା ଜଣାପଡିଛି । ୧୨ଜଣ ଚିହ୍ନଟ ଟିଏମ୍ସି ରେ ଥିବାବେଳେ ଜଣେ ପଜେଟିଭ୍ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଥିôବ ଜଣାପଡିିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ କେହି ଜଣେ ହେଲେବି ସ୍ଥାନୀୟ ସଂକ୍ରମିତ ନଥିବା ସୂଚନା ମିଳିଛି । ଶନିବାର ସୁଦ୍ଧା ଜିଲ୍ଳାରେ ମୋଟ ୮୬ଜଣ ସୁସ୍ଥ ହୋଇଥିବା ବେଳେ ୫୭ଜଣ ଚିକିତ୍ସାଧିନ ଅଛନ୍ତି । ଏହି ୧୩ଜଣ କୋରୋନା ପଜିଟିଭ୍ କୁ କିମ୍ସ୍ ଓ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିôବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହ ଘରେ ରହି ରଜପର୍ବ ପାଳନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ସମସ୍ତଙ୍କୁ ମାସ୍କ ପିନ୍ଧିବାପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି । ମାସ୍କ ନ ପିନ୍ଧିଲେ ଜୋରିମାନା ଆଦାୟ ପାଇଁ ଏସ୍ପିଙ୍କୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ।