ଗାୟତ୍ରୀ ଶକ୍ତିପୀରେ ଗୁରୁ ପୁର୍ଣ୍ଣିମା ପାଳିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଦ୍ୱାରା ବ୍ରହ୍ମପୁର ନୀଳାଦ୍ରୀ ବିହାରସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ଗୁରୁ ପୁର୍ଣ୍ଣିମା ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ଯଜ୍ଞ କୁଣ୍ଡରେ ଆହୁତି ଦେଇ ବ୍ୟାସଦେବଙ୍କୁ ପୁଜନ କରିବା ସହ ସତସଙ୍ଗର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ କ୍ଲଷ୍ଟର ୟୁନିଭରର୍ସିଟର ଭାଇସ ଚାନସେଲର ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଥିବାବେଳେ ବ୍ରହ୍ମପୁର ଅଧ୍ୟକ୍ଷ ସୁବାସ ମହାରଣା , ପ୍ରଫୁଲ୍ଲ ଦାସ, ପ୍ରଭାକର ପଣ୍ଡା , ଭାଗବତ ସାହୁ , ଲକ୍ଷ୍ମଣ ପାତ୍ର , ତ୍ରିପତି ପାତ୍ର, ଲଡୁ ପଟ୍ଟନାୟକ , ରଘୁନାଥ ସାବତ , ସବିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୨୪ ତାରିଖରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ସଭା ଶେଷରେ କୁହାଯାଇଥିଲା ।