କୋଭିଡ଼ ଯୋଦ୍ଧା ଭାବେ ସମ୍ମାନୀତ ହେଲେ ପୋଲସରା ବିଧାୟକ

ପୋଲସରା (ଅନିଲ କୁମାର ମହାରଣା) : ସାରା ରାଜ୍ୟ ବର୍ତ୍ତମାନ କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ବେଳେ ଡାକ୍ତର , ନର୍ସ , ପୋଲିସ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ,ଅଗ୍ନିଶମ ବିଭାଗ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ବୃନ୍ଦ ନିଜର ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁ ନିଜ ଜୀବନକୁ ବାଜି ଲଗାଇ ଅହରହଃ ପୋଲସରା ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିବା ସହ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆଙ୍କ ସୁଖ ଦୁଃଖ ବୁଝି ସମସ୍ତ ସମସ୍ୟାର ସମାଧାନ କରିବା ମଧ୍ୟ ଦେଖିବାକୁ ମିଳିଥିଲା । ବିଧାୟକଙ୍କ ଏହିପରି ମହାନତା ଏବଂ ସାଂପ୍ରତିକ ସ୍ଥିତିକୁ ଅନୁଧ୍ୟାନ କରି ପୋଲସରା ସେବା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସୋମବାର ଦିନ କୋଭିଡ଼-୧୯ ର ଯୋଦ୍ଧା ଭାବେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୋଲସରା ସେବା ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ଓ ଦଦସ୍ୟ ବୃନ୍ଦ ହାତୀଓଟ ସ୍ଥିତ ଜରାଶ୍ରମ ଠାରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ପ୍ରଦାନକରି ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ। ଆଗାମୀ ଦିନରେ ପୋଲସରା ଅଞ୍ଚଳରେ କାର୍ଯ୍ୟରତ ଥିବା ସମସ୍ତ ଡାକ୍ତର , ପୋଲିସ ଓ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ କୋଭିଡ଼ -୧୯ ଯୋଦ୍ଧା ଭାବେ ସମ୍ମାନିତ କରାଯିବ ବୋଲି ସେବା ଚାରିଟେବୁଲ୍ ଟ୍ରଷ୍ଟର ଚେୟାରମ୍ୟାନ ମନୋଜ କୁମାର ଘଡେଇ , ଭାଇସ୍-ଚେୟାରମ୍ୟାନ ସୁଶାନ୍ତ କୁମାର ପୋଲେଇ , ସଂପାଦକ ଗୋପାଳ କୃଷ୍ଣ ସାହୁ , କେଷାଧକ୍ଷ ରତ୍ନାକର ସାହୁ ସହ ସଂପାଦକ ରଞ୍ଜନ ପାଣିଗ୍ରାହୀ , ଉପଦେଷ୍ଟା ସନ୍ତୋଷ କୁମାର ବେହେରା , ପ୍ରମୁଖ ସୂଚନା ପ୍ରଦାନ କରିଥିଲେ । କୋଭିଡ଼-୧୯ର ସାଂପ୍ରତିକ ସ୍ଥିତିକୁ ମୁକାବିଲା କରିବା ପାଇଁ ପୋଲସରା ସେବା ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ମଧ୍ୟ ନିଜକୁ ବିଭିନ୍ନ ସାମାଜିକ ଦାୟିତ୍ୱ ମଧ୍ୟରେ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ