ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଓ କଟା ମୁଣ୍ଡ ଧରି ଥାନାରେ ହାଜର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଅନ୍ଧ ବିଶ୍ବାସ ରହିଛି ଚାପା ଏ ଯାଏଁ ପଛୁଆ ଜିଲ୍ଲା ମାନଙ୍କରେ ଯାଇ ନାହିଁ । ସରକାର। ଯେତେ ଯୋଜନା ଓ ଆଇନ ଯେତେ କଡ଼ା ହେଲେ ମଧ୍ୟ ଲୋକଙ୍କର ଅସେଚନତା ଯୋଗୁଁ ସମାଜରେ ଏହାର କୁପ୍ରଭାବ ପଡୁଛି ।ଅନ୍ଧ। ବିଶ୍ବାସ ଓ ଡାହାଣୀ ସନ୍ଦେହ ନେଇ ସୋମବାର ଦିନ ଏକ ବିଭତ୍ସ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଚିଆ ପଞ୍ଚାୟତର ନୁଆସାହି ଗ୍ରାମରେ ।ନୁଆସାହି ଗ୍ରାମର ବୁଦ୍ଧିଆ ସିଂ(୨୪) କିଛି ବର୍ଷ ତଳେ ଏ ବିବାହ କରିଥିଲା ।। ଶିବଙ୍କର ଏକ ପୁତ୍ର ସନ୍ତାନ ଲାଭ କରିଥିଲା ।ହେଲେ ଦଇବ ସହିଲାନନି ।ଦେହ ଅସୁସ୍ଥରେ ପିଲାଟିକୁ ଦଇବ ଛଡ଼ାଇ ନେଲା ।ପୁତ୍ର ବିୟୋଗରେ ବୁଦ୍ଧିଆ ମାନସିକ ହରାଇ ବସିଥିଲା ।ଏହାକୁ ନେଇ ସେ ଚିନ୍ତିତ ଥିଲେ ।କେହି ବୁଦ୍ଧିଆ ମୁଣ୍ଡରେ ଭୂତ ପୁରାଇ ଦେଲା ଯେ ଗାଁ ର ତମ
ପାଇଁ ସିଂ (୫୪) ଡାହାଣୀ ହୋଇ ତୋର ପୁଅ ଉପରେ ସବାର ହୋଇ ପିଲାଟିକୁ ଖାଇ ଦେଇଛି ।ଏହି କଥାଟିକୁ ମୁଣ୍ଡରେ ପୁରାଇ ଚମ୍ପା ଉପରେ ପ୍ରତିଶୋଧ ନେବାକୁ ଚିନ୍ତା କରିଥିଲା ।ଦଇବ ଖୋଜେ ଯାହା ତଳୁ ବତାଏ ତାହା । ହଠାତ୍ ଆଜି ସକାଳେ ତାଙ୍କ ଘର ଆଡେ ଚମ୍ପା ଆସୁଥିବା ଦେଖିବାକୁ ପାଇଲା ।ସେ ଘରୁ ଫାର୍ଶା ଆଣି ଚମ୍ପା ପାଖକୁ ଦୌଡ଼ି ଯାଇ ଚୁଟିକୁ ଟାଣି ଫାର୍ଶାରେ ଗଣ୍ଡିମୁଣ୍ଡି ଅଲଗା କରିଦେଲା ।ରକ୍ତ ଜୁଡୁବୁଡଙ ଅବସ୍ଥାରେ ମକଟଖ ମୁଣ୍ଡକୁ ଏକ ଲୁଗାରେ ଗୁଡ଼ାଇ ସିଧା ଖୁଣ୍ଟା ଥାନା ରେ ଆତ୍ମସମର୍ପଣ କରିଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି