ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଚୀନ ରାଷ୍ଟ୍ରପତିଙ୍କ କୁଶ ପୁତ୍ତଳିକା ଦାହ ଓ ପତାକା ପୋଡି
କଟକ, (ଦୀପକ୍ କୁମାର ବେଉରା):ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ତାହାର ଯୁବ ସଙ୍ଗଠନ ରାଷ୍ଟ୍ରୀୟ ବଜରଙ୍ଗ ଦଳ ତରଫରୁ ଚୀନ ସେନା ଦ୍ୱାରା ଭାରତୀୟ ଯବାନଙ୍କ ହତ୍ୟା ପ୍ରତିବାଦରେ, ଚୀନ ରାଷ୍ଟ୍ରପତି ଜି-ଜିନପିଙ୍ଗଙ୍କ କୁଶ ପୁତ୍ତଳିକା ଦାହ ଓ ଚୀନ ର ଜାତୀୟ ପତାକା ପୋଡା ଯାଇଛି। କଟକ ମଧୁପାଟଣା ଟ୍ରାଫିକ ସମ୍ମୁଖ ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁହାଯାଇଛି ଯେ, ଚୀନ ଭାରତୀୟ ଯବାନଙ୍କ ହତ୍ୟା କରି ଅକ୍ଷମଣୀୟ ଅପରାଧ କରିଛି। ତେଣୁ ଭାରତ ସରକାର ଚୀନ ପ୍ରସ୍ତୁତ ସମସ୍ତ ଦ୍ରବ୍ୟକୁ ଭାରତରେ ବ୍ୟାନ କରନ୍ତୁ। ଚୀନ ସହିତ ହୋଇଥିବା ସମସ୍ତ ବ୍ୟବସାୟିକ ବୁଝାମଣାକୁ ରଦ୍ଦ କରନ୍ତୁ। ଚୀନ ଲଦାଖର ଗଲଓ୍ୱାନ ଉପତ୍ୟକାକୁ ଦାବୀ କରିବାର କୌଣସି ଯଥାର୍ଥତା ନାହିଁ। ଚୀନ ଇତିହାସରେ କେବେ ଭାରତର ପଡୋଶୀ ନଥିଲା। ଭାରତ ଚୀନ ମଧ୍ୟରେ ତିବ୍ବତ ଏକ ବଫର୍ ଷ୍ଟେଟ ଭାବରେ ହଜାର ହଜାର ବର୍ଷ ଧରି ରହି ଆସିଥିଲା। ଚୀନ ତିବ୍ବତକୁ ଜବରଦସ୍ତି ଦଖଲ କଲାପରେ ଭାରତ ସୀମା ପର୍ଯ୍ୟନ୍ତ ଆସିଛି। ତେଣୁ ଲଦାଖର ଗଲଓ୍ୱାନ ଉପତ୍ୟକାକୁ ଦାବୀ କରିବା ଦ୍ୱାରା ଚୀନର ବିସ୍ତାର ବାଦୀ ମାନସିକତା ପ୍ରତିଫଳିତ ହୋଇଛି ବୋଲି ସଂଗଠନ ତରଫରୁ କହାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଚୀନ ବିରୋଧି ସ୍ଲୋଗାନ ଦିଆଯାଇ କୁଶ ପୁତ୍ତଳିକା ଦାହ କରାଯାଇ ଥିଲା। କାର୍ଯ୍ୟକ୍ରମରେ ସଙ୍ଗଠନର ରାଜ୍ୟ ସଭାପତି ଦୀପକ କୁମାର ମହାନ୍ତ, କାର୍ଯ୍ୟକାରୀ ସଭାପତି ବିଶ୍ୱରଞ୍ଜନ ଜେଠୀ, ଉପସଭାପତି ମହେନ୍ଦ୍ର ଦଳେଇ, ଉମାକାନ୍ତ ବ୍ରହ୍ମଚାରୀ, ଅଜିତ ଦାସ, ଚନ୍ଦ୍ରଶେଖର ବେହେରା, ଅଜିତ ରାଉତରାୟ, ଚିନ୍ତାମଣି ମଲ୍ଲିକ, ଲଲାଟେନ୍ଦୁ ରାଉତରାୟ, ଅରୁଣ ରାଓ, ଦେବୀପ୍ରସାଦ ମହାନ୍ତି, ରଞ୍ଜନ ମହାନ୍ତି ,ଗଣେଶ ବେହେରା,ଅଜୟ ଦାସ, ଏନ୍. ନିତ୍ୟାନନ୍ଦ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।