ନାବାଳକର ଆତ୍ମହତ୍ୟା !
ଚୌଦ୍ୱାର : (ଦୀପକ୍ କୁମାର ବେଉରା) ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ର ୧୭ ନମ୍ବର ୱାର୍ଡ ନୂଆସାହିରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ନାବାଳକ ଜଣକ ହେଉଛନ୍ତି ସେହି ଅଞ୍ଚଳର ଅଜୟ ରାଉତରାୟଙ୍କ କନିଷ୍ଠ ପୁଅ ସରୋଜ ରାଉତ (୧୫) । ସେ ନିଜ ଘରର ଉପର ମହଲାର ଏକ ପ୍ରକୋଷ୍ଠ ରେ ଫ୍ୟାନ ପାଇଁ ଲାଗିଥିବା ହୁକରେ ଏକ ଡୋର ସ୍କ୍ରିନ କୁ ବେକରେ ଗୁଡେଇ ଓହଳି ପଡିଥିଲା । ସକାଳେ ନିଜ ବାପାଙ୍କୁ ଦୋକାନ ଖୋଲିବାରେ ସାହାଯ୍ୟ କରିବା ପରେ ନିଜ କାମସାରି ଉପରକୁ ଯାଇଥିଲା ।ମଧ୍ୟାହ୍ନ ସାଢେ ବାରଟା ବେଳେ ତାକୁ ଖାଇବା ପାଇଁ ଡାକିବାକୁ ଯାଇ ସେ ଓହଳି ଥିବା ଦେଖି ଘର ଲୋକେ ତାକୁ ସଂଗେ ସଂଗେ ତଳକୁ ଓଲହାଇ ଆଣିଥିଲେ ।ହେଲେ ସେତେବେଳେ ତାର ପ୍ରାଣବାୟୁ ଉଡିଯାଇଥିଲା ।ସରୋଜ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛି ପରିବାର ପକ୍ଷରୁ ଚୌଦ୍ୱାର ଥାନାକୁ ଖବର ଦିଆଯିବା ପରେ ପୋଲିସ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବି ମେଡିକାଲ ପଠାଇ ଥିଲା । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।