ସୁପ୍ରିମକୋର୍ଟ ଆଦେଶ ପରେ ଭକ୍ତଙ୍କ ମଧ୍ୟରେ ନିରାଶଭାବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଚଳିତ ବର୍ଷ ହେବନି ରଥଯାତ୍ରା ଏନେଇ ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୁର୍ଣ ରାୟ ପ୍ରକାଶ କରି କହିଛନ୍ତିଯେ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶ କିମ୍ବା ରାଜ୍ୟର କୌଣସି ସ୍ଥାନରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ଚଳିତ ବର୍ଷ ରତଯାତ୍ରାକୁ ସମ୍ପୁର୍ଣ ବନ୍ଦ କରିବା ନିମନ୍ତେ ସୁପ୍ରିମକୋର୍ଟ ଆଦେଶ ପରେ ସମଗ୍ର ଓଡ଼ିଆ ଯାତି ତଥା ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି ।କରୋନା ମହାମାରୀ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଯାତ୍ରା ବନ୍ଦ ହେବା ଦ୍ୱାରା ଦେଶର କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି ।ସମସ୍ତେ ୁଣା ଅଧିକେ ଆଶା କରୁଥିଲେଯେ ବହୁ କଟକଣା ସତ୍ୱେ ରଥଯାତ୍ରା ଅନୁଷ୍ଠିତ ହେବ ହେଲେ କୋର୍ଟଙ୍କ ଆଦେଶ ପରେ ସବୁକିଛି ଓଲଟାପାଲଟା ହୋଇଯାଇଛି ।ତେବେ ହିଞ୍ଜିଳିକାଟୁ ଅଚଂଳରେ କରୋନା ନିମନ୍ତେ ଲକଡ଼ାଉନ ଯୋଗୁଁ ରଥ ଯାତ୍ରାକୁ ସମ୍ପୁର୍ଣ ରୁପେ ବନ୍ଦ କରିବା ନିମନ୍ତେ ହିଞ୍ଜିଳି ପ୍ରଶାସନ ତରଫରୁ ପୁର୍ବରୁ ଅଚଂଳର ବିଭିନ୍ନ ରଥଯାତ୍ରା କମିଟି ଗୁଡ଼ିକୁ ଯଣାଇ ଦିଆଯାଇଛି ତେବେ ଏହି ସମୟରେ ସୁପ୍ରିମ କୋର୍ଟରେ ବିଚରଧୀନ ଥିବା ମାମଲାରେ ଯଦି ରଥଯାତ୍ରା କରିବାକୁ କୋର୍ଟ ଆଦେଶ ପ୍ରଦାନ କରନ୍ତି ତେବେ ଅଚଂଳରେ ମଧ୍ୟ ଭକ୍ତଙ୍କ ଅବେଗକୁ ଦେଖି ଅଚଂଳରେ ରଥଯାତ୍ରା ନିମନ୍ତେ ପ୍ରଶାସନକୁ ଅନୁରୋଧ କରିବା ନିମନ୍ତେ ଯୋଜନା କରାଯାଇଥିବା ବେଳେ ସୁପ୍ରିମ କୋର୍ଟର ଆଦେଶ ପରେ ଅଚଂଳରେ ରଥଯାତ୍ରା ସମ୍ପୁର୍ଣ ରୁପେ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି ।ତେବେ ବିଧି ଅନୁସାରେ ମନ୍ଦିର ଭିତରେ କିପରି ଯାତ୍ରା ଅନୁଷ୍ଠିତ ହେବ ସେନେଇ ଗାଇଡ଼ ଲାଇନ ପ୍ରସ୍ତୁତ ହେଉଥିବା ଯଣାପଡ଼ିଛି ।ହିଞ୍ଜିଳି ପାବନଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ପ୍ରଶାସନିକ ଅଧିକାରୀ ନିର୍ମଳ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତିଯେ ରଥଯାତ୍ରା ବନ୍ଦ ନିଷ୍ପତି ନିଶ୍ଚିତଭାବେ କୋଟି କୋଟ ଜଗନ୍ନାଥ ପ୍ରେମୀଙ୍କ ନିମନ୍ତେ ଶୁଭ ଖବର ନୁହେଁ ତେବେ ଆମ ମନ୍ଦିର ସବୁବେଳେ ପୁରୀ ଜଗନ୍ନାଥ ମନ୍ଦିରର ନୀତି କାନ୍ତିକୁ ଅନୁକରଣ କରିଥାଏ ସେଥି ଯୋଗୁଁ ବର୍ତମାନ ପରିସ୍ଥିତିରେ ପୁରୀ ମନ୍ଦିରରେ ଯେପରି ଯାତ୍ରା ଅନୁଷ୍ଠିତ ହେବ ଏହି ମନ୍ଦିରରରେ ମଧ୍ୟ ସେ ଅନୁଯାୟୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ।ମୁମ୍ବାଇସ୍ଥିତ ସାକିନାକା ଜଗନ୍ନାଥ ମନ୍ଦିରର ସଭାପତି ରମେଶ ଚନ୍ଦ୍ର ମୁନୀ କରୋନା ଯୋଗୁଁ ହିଞ୍ଜିଳିରେ ଫସି ରହିଯାଇଥିବା ବେଳେ ତାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ସୁପ୍ରିମକୋର୍ଟର ନିର୍ଦ୍ଦେଶ ନିଶ୍ଚିତ ଭାବେ ମନରେ ଗଭୀର ଆଘାତ ଲାଗିଛି ତଥାପି ସୁପ୍ରିମକୋର୍ଟଙ୍କ ରାୟ ସର୍ବୋପରି ତେଣୁ ନୀତି କାନ୍ତି ଅନୁଯାୟୀ ମନ୍ଦିର ଭିତରେ ହିଁ ଯାତ୍ରା ଅନୁଷ୍ଠିତ ହେବ ସେଥିପାଇଁ ଆମକୁ ପ୍ରସ୍ତୁତ ହେବକୁ ପଡ଼ିବ ବୋଲି କହିଛନ୍ତି ।ଯାତ୍ରା ବନ୍ଦ ଯୋଗୁଁ ସାକିନାକା ଓ ଏହାର ଆଖପାଖ ଅଚଂଳରେ ରହୁଥିବା ବହୁ ଓଡ଼ିଆଙ୍କ ମନରେ ହତାଶଭାବ ଦେଖାଦେଇଛି ।ବରିଷ୍ଠ ବିଜେପି ନେତା ଦେବାନନ୍ଦ ମହାପାତ୍ର କହିଛନ୍ତି ୪ଧାମ ଭିତରୁ ପୁରୀ ଏକ ଧାମ ଏହାର ବଡ଼ ଯାତ୍ରା ହେଉଛି ରଥ ଯାତ୍ରା ଏହା ବନ୍ଦ ହେବା ନିଶ୍ଚିତଭାବେ କଷ୍ଟଦାୟକ ତଥାପି ଉଚ୍ଚ ନ୍ୟାୟାଳୟର ଆଦେଶକୁ ବି ମାନିବାକୁ ପଡ଼ିବ ।ଏନେଇ ହିଞ୍ଜିଳି ତହସିଲଦାର ଗୋପୀନାଥ କୂଅଁରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତିଯେ ଅଚଂଳର ସମସ୍ତ ଜଗନ୍ନାଥ ମନ୍ଦିର କମିଟିକୁ ରଥଯାତ୍ରାକୁ ସମ୍ପୁର୍ଣ ବନ୍ଦ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯିବା ସହ ସେମାନେ ଯାତ୍ରା ନକରିବା ନିମନ୍ତେ ଲିଖିତ ଆକାରରେ ମଧ୍ୟ ପ୍ରଦାନ କରିଥିବା ବେଳେ କେବଳ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ତରଫରୁ ଲିଖିତ ଆକାରରେ ପ୍ରଦାନ କରିନାହାନ୍ତି ।ଯେଉଁ ମନ୍ଦିର ନିୟମ କୁ ଅମାନ୍ୟ କରି ରଥଯାତ୍ରା ଅନୁଷ୍ଠିତ କରିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି ।


