ଛିଣ୍ଡା ଆଲମୁନିୟମ ତାରରେ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ

ନାଉଗାଁ, (ଓ୍ବାଇଏନ୍ଏସ୍) : ଗ୍ରାମାଚଂଳରେ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ସରକାର ବିଭିନ୍ନ କଂପାନୀଙ୍କୁ ବିଦ୍ୟୁତ ବିତରଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ବିଗତ ବର୍ଷ ମାନଙ୍କରେ ଏନଜେଏନ ଓ ସେସୁ ଭାଗିଦାର ଭାବେ ବିଦ୍ୟୁତ ଦାୟିତ୍ୱ ତୁଲାଇଥିବା ବେଳେ ୧ ଜୁନ ରୁ ଟାଟା ପାଓାରକୁ ବିଦ୍ୟୁତ ବିତରଣ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ଗ୍ରାମାଚଂଳରେ ବିଦ୍ୟୁତ ସେବା ପ୍ରଦାନରେ ସୁଧାର ଅସାୁନାହିଁ । ଏପରିକି ଫନି ବାତ୍ୟା ରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ସଂଯୋଗ ପାଇଁ ଲକ୍ଷାଧିକ ଟଙ୍କା ନାଉଗାଁ ବ୍ଳକରେ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏବେ ବି ଛିଣ୍ଡା ଆଲମୁନିୟମ ତାର ଓ ବାଉଁଶ ବତାରେ ବିଦ୍ୟୁତ ସଂଯୋଗ କରାଯାଇଥିବା ଦେଖିବାକୁ ମିଳିଛି । ବ୍ଳକର ଥିବା ତିରୁଣା ପଂଚାୟତର ଗୋପବନ୍ଧୁ ସ୍ମାରକୀ ନୋଡାଲ ବିଦ୍ୟାପୀଠକୁ ଦୀର୍ଘ ଦିନ ହେବ ବାଉଁଶ ବତା ଓ ଛିଣ୍ଡା ତାରରେ ବିଦ୍ୟୁତ ସଂଯୋଗ ହୋଇଥିବା ଦେଖିବାକୁ ମିଳିଛି । ବ୍ୟକ୍ତିଗତ ସ୍ଥାନକୁ କେବୁଲ ମାଧମରେ ବିଦ୍ୟୁତ ସଂଯୋଗ କରାଯାଇଥିବା ବେଳେ ବିଦ୍ୟାଳୟ ପରି ଏକ ସମ୍ବେଦନଶୀଳ ଅଂଚଳକୁ ଏପରି ନିମ୍ନମାନର ବିଦ୍ୟୁତ ଯୋଗାଣ ସାଧରାଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉକ୍ତ ବିଦ୍ୟାଳୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ କେନ୍ଦ୍ର ମଧ୍ୟରେ ଶତାଧିକ ପ୍ରବାସୀ ରହୁଛନ୍ତି । ବେଳେ ବେଳେ କାଳ ବୈଶାଖି ହେଉ କିମ୍ବା କୈାଣସି କାରଣରୁ ଯଦି ବିଦ୍ୟୁତ ତାର ଖସିପଡେ ତେବେ ଧନ ଜୀବନ ହାନି ଘଟିବାର ସମ୍ଭାବନା ଅଧିକ ରହିଛି । ସେହିପରି ଉକ୍ତ ବିଦ୍ୟୁତ ଖୁଂଟ ଟି ବିଦ୍ୟାଳୟ ସମ୍ମୁଖ ଗେଟ ପାଖରେ ରହିଥିବା ବେଳେ ବିଦ୍ୟାଳୟ ଖୋଲିଲେ ପିଲାମାନଙ୍କ ପ୍ରତି ଥିବା ଜଣାଯାଇଛି । ତେଣୁ ଯଥା ଶୀଘ୍ର ବିଦ୍ୟୁତ ତାରକୁ ପରିବର୍ତନ କରିବା ସହିତ ବାଉଁଶ ବତାକୁ ପରିବର୍ତନ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଏବିଷୟରେ ନାଉଗାଁ ବିଦ୍ୟୁତ ବିଭାଗର ସେସୁ କନିଷ୍ଠ ଯନ୍ତ୍ରୀ କମଳାକାନ୍ତ ବିଶୋଇଙ୍କୁ ପଚାରିବାରୁ ବିଦ୍ୟୁତ ତାରର ମରାମତି ଦାୟିତ୍ୱ ଏନଜେଏନକୁ ପ୍ରଦାନ କରାଯାଇଥିଲା । ଏବିଷୟରେ ଆମେ ଅବଗତ ନଥିଲୁ । ଜାଣିବା ପରେ ତାର ପରିବର୍ତନ କରିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ