ବହୁ ପ୍ରତୀକ୍ଷା ର ଅନ୍ତ ଆଜି ଅପରାହ୍ନ ୨ଟା୪୩ ମିନଟ ରେ ପ୍ରେରଣ ହେବ ଚନ୍ଦ୍ରଯାନ-୨

(ଯୁଗାବ୍ଦ ନ୍ୟୁଜ)ଶେଷରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠା ଇସ୍ରୋ ଚନ୍ଦ୍ରାୟନ -୨ ଉତକ୍ଷେପଣ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ଆଉ କିଛି ସମୟ ମଧ୍ୟରେ ଅପରାହ୍ନ ୨ଟା ୪୩ ମିନଟ ରେ ଚନ୍ଦ୍ରଯାନ-୨ ଜହ୍ନ କୁ ଯାତ୍ରା ଆରମ୍ଭ କରିବ । ଉତକ୍ଷେପଣ ଯାନ ଜିଏସଏଲଭି ଏମକେ-୩ ଚନ୍ଦ୍ରଯାନ-୨କୁ ଧରି ଚନ୍ଦ୍ରପୃଷ୍ଟ ଅଭିମୁଖେ ଯିବ। ଭାରତର ୨ୟ ଚନ୍ଦ୍ରଯାନ ଅଭିଯାନ ଗତ ୧୫ ତାରିଖରେ ଆରମ୍ଭ ହେବାର ଥିଲା। ମାତ୍ର ବୈଷୟିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜିଏସଏଲଭି-ଏମକେ ୩ ମହାକାଶ ଯାନର କ୍ରାୟୋଜେନିକ ଇଞ୍ଜିନର ହିଲିୟମ ବୋତଲରେ ଲିକ୍ ଯୋଗୁ ଉତ୍କ୍ଷେପଣର ୫୬ ମିନିଟ ପୂର୍ବରୁ ଅଭିଯାନକୁ ବନ୍ଦ କରାଯାଇଥିଲା। ଏହି ମିଶନ ଭାରତର ୨ୟ ଚନ୍ଦ୍ରଯାନ ମିଶନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ