ବରଡେଶ୍ୱର ମଣ୍ଡଳ ବିଜେପି ପକ୍ଷରୁ ଗୃହ ସଂପର୍କ ଅଭିଯାନ ଶୁଭାରମ୍ଭ

ବନ୍ତ, (ଚାନ୍ଦିନୀ ମହାନ୍ତି) : କେନ୍ଦ୍ରରେ ମାନନୀୟ ନରେନ୍ଦ୍ର ମୋଦୀଙ୍କ ସରକାର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆଜି ବନ୍ତ ବ୍ଲକ ସେଣ୍ଢତୀରା ଠାରେ ବରଡେଶ୍ୱର ମଣ୍ଡଳ ବିଜେପି ପକ୍ଷରୁ ଗୃହ ସଂପର୍କ ଅଭିଯାନ ଶୁଭାରମ୍ଭ ହୋଇଛି । ଏଥିରେ ଭଣ୍ଡାରିପୋଖରୀ ବିଧାନସଭାର ବିଜେପି ନେତା ବଦ୍ରୀ ନାରାୟଣ ଧଳ ଯୋଗ ଦେଇ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବକ୍ତବ୍ୟ ରଖିଥିଲେ । ପରେ ସେଣ୍ଢତୀରା ବଜାର ଓ ଗ୍ରାମରେ ଘର ଘର ବୁଲି କର୍ମୀ ମାନେ କେନ୍ଦ୍ର ସରକାରଙ୍କ ବିିଭିନ୍ନ ଉପଲବ୍ଧିର ପ୍ରଚାର ପତ୍ର ବଣ୍ଟନ କରିଥିଲେ । ମଣ୍ଡଳ ସଭାପତି ନବ କିଶୋର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଶୋର ବିଶ୍ୱାଳ, ବନମାଳୀ ଜେନା, ଶଙ୍କର୍ଷଣ ଜେନା, ରାଜୀବ ସାହୁ, ମନୋଜ ବିଶ୍ୱାଳ, ପୂର୍ଣ୍ଣ ଚନ୍ଦ୍ର ସାହୁ, ବାମନ ପେଡା, ନିରଞ୍ଜନ ଜେନା, ସୁବ୍ରତ ସେନାପତି, ମନୋରଞ୍ଜନ ଦଳାଇ, ପୀତବାସ ପଣ୍ଡା, ତାପସ ଖଣ୍ଡେଇ, ଲରେନ୍ସ ବେହେରା, ଶ୍ରୀନିବାସ ମଙ୍ଗଳ, ମଦନ ଖୁଣ୍ଟିଆ, ଟୁଟୁ ଜେନାଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ