ଟାଟା ପ୍ରକଳ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ୍ ପଛରୁ ଅନ୍ୟ ଏକ ଟ୍ରକ୍ ଧକ୍କା
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ୍ ପଛରୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେଇଛି।ପଶ୍ଚିମବଙ୍ଗରୁ ଆନ୍ଧ୍ର ଯାଉଥିବା ଟ୍ରକ୍କୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ଉକ୍ତ ଟ୍ରକ୍ଟି ଭାରସାମ୍ୟ ହରାଇ କିଛି ଫୁଟ ତଳକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇ ଟ୍ରକ୍ରେ ନିଆଁ ଲାଗିଥିଲା। ଏଥିରେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ନିଆଁକୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆୟତ କରିଛନ୍ତି।


