ବ୍ରହ୍ମପୁରର ଛ’ଟି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କଲା ପ୍ରଶାସନ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁରରେ ବୃଦ୍ଧି ପାଉଛି କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ । ଗଞ୍ଜାମରେ ପ୍ରବାସୀଙ୍କ ପ୍ରବେଶ ପରେ ପରିସ୍ଥିତି ଉଦ୍ବେଗଜନକ ହୋଇଉଠିଛି । କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ନାକେଦମ ହୋଇପଡିଥିବା ବେଳେ ଏବେ ଏହି କରୋନା ପ୍ରଶାସନିକ କର୍ମଚାରୀ ଠାରୁ ଆରମ୍ଭ କରି କରୋନା ଯୋଦ୍ଧାଙ୍କୁ ମଧ୍ୟ ସଂକ୍ରମଣ କରିବାରେ ଲାଗିଛି । ବ୍ରହ୍ମପୁର ସହରର ବର୍ତ୍ତମାନ ୬ ଟି ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ବ୍ରହ୍ମପୁର ମହାନଗର କମିଶନର ଚକ୍ରବର୍ତ୍ତୀ ସିଂ ରାଥୋଡ଼ ଘୋଷଣା କରିଛନ୍ତି । କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା ହୋଇଥିବା ବ୍ରହ୍ମପୁର ସହରର ୪ ନଂ ୱାର୍ଡ ସାହୁ କଲୋନୀ, ଭାବାନଗର ୪ର୍ଥ ଲେନ୍, ତୁଳସୀନଗର ୬ଷ୍ଠ ଲେନ୍ , ବ୍ୟାଙ୍କ୍ କଲୋନୀ ପ୍ରଥମ ଲାଇନ୍ (ନିକଟବର୍ତ୍ତୀ ରେଡିଓଷ୍ଟେସନ୍ ରୋଡ଼), ଗାନ୍ଧୀନଗର ଚତୁର୍ଥ ଲେନ୍, ବର୍ମା କଲୋନୀ ବୋଲି ଜଣାପଡିଛି । ତେବେ ବ୍ରହ୍ମପୁରରେ ସଂକ୍ରମଣ ରୋକିବା ପାଇଁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିବା କମିଶନର ସୂଚନା ଦେଇଛନ୍ତି ।


