ଛତ୍ରପୁର ଏନଏସି ପକ୍ଷରୁ ଗରିବ ଅସହାୟଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ କିଟ ପ୍ରଦାନ

ଛତ୍ରପୁର, (ୱାଇଏନ୍‌ଏସ୍‌): କରୋନା ସଂକ୍ରମଣ ରୋକିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟ କରାଯାଇଛି ଏବଂ ଲୋକମାନେ କିପରି କରୋନା ଭୁତାଣୁ ଦୁରେଇ ରହିବେ ସେଥି ନିମନ୍ତେ ପ୍ରଶାସନିକ ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗ ର ଅଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟ କରି ଆସୁଛନ୍ତି । ଏହା ସହ ଲକ ଡାଉନ ଓ ସଟ ଡାଉନ ଚାଲୁ ରହିଛି l ଯାହାଫଳରେ ଶ୍ରମିକଙ୍କଠାରୁ ଆରମ୍ଭ କରି ନିହାତି ଗରିବ, ଅସହାୟ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇ ନିଜ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡ଼ ଓ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରଯାଇଥିଲେ ମଧ୍ୟ ଅନ୍ୟ ଗରିବ ଶ୍ରେଣୀ ହିତାଧିକାରୀମାନେ ଏଥିରୁ ବାଦ୍ ପଡ଼ିଛନ୍ତି । ତେଣୁ ଏହାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ବହୁ ସାମଜିକ ବ୍ୟକ୍ତି ମାନଙ୍କ ସହାୟତା ରେ ମିଲ ଯୋଜନା ମାଧ୍ୟମରେ ଡିଆରଡିଏ ପିଡ଼ି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ଗରିବ ଓ ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି । ତେବେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି ଗତ କିଛି ଦିନ ହେଲା କରୋନା ପଜିଟିଭ ଚି଼ହ୍ନଟ ହେବାପରେ ଲୋକଙ୍କ ସୁରକ୍ଷା ଦୃଷ୍ଟି ରେ ରଖି ଜିଲ୍ଲାପ୍ରଶାସନର ନିର୍ଦେଶ କ୍ରମେ ଛତ୍ରପୁର ଏନଏସି କୁ ମଙ୍ଗଳବାର ଠାରୁ ଜୁଲାଇ ପାଞ୍ଚ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ ସଟ ଡାଉନ ଘୋଷଣା କରାଯାଇଛି l ଏପରି ପରିସ୍ଥିତି ରେ ଏନଏସି ର ନିହାତି ଗରିବ ଲୋକମାନେ ଚଳିବା କଷ୍ଟ ସାଧ୍ୟ ହୋଇଥିବାରୁ ଏହାକୁ ଦୃଷ୍ଟି ରେ ରଖି ମଙ୍ଗଳବାର ଏନଏସି ର ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ପିଡ଼ି ଙ୍କ ନିର୍ଦେଶକ୍ରମେ ଛତ୍ରପୁର ଏନଏସି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ରେ ଏନଏସି ଅନ୍ତର୍ଗତ ରିକାପଲ୍ଲୀ ହରିଜନ ସାହିର ନିହାତି ଅସହାୟ ଗରିବ ଶ୍ରେଣୀର 20ଟି ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି । ଏଥିରେ ଛତ୍ରପୁର ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଷ ବାବୁ ଉପସ୍ଥିତ ଜଣେ ଜଣେ ହିତାଧିକାରୀମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ କିଟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଏନଏସି ର ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ