ଖୁସିର ଖବର ଆଜି କେହି ନାହାନ୍ତି ଆକ୍ରାନ୍ତ
ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ଅଞ୍ଚଳ ପାଇଁ ଖୁସି ଖବର। ଗଞ୍ଜାମ ଜିଲ୍ଲାରେ ୧୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୁଗୁଡା ଅଞ୍ଚଳରେ କେହିବି ଚିହ୍ନଟ ହୋଇନଥିବା ଜଣାପଡିଛି। ବୁଗୁଡ଼ାରେ ମୋଟ ୫୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପୁଣି ଗତକାଲି ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟରେ ୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୧୮ ଜଣ ବ୍ୟକ୍ତି କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ବୁଗୁଡା ଅଞ୍ଚଳରେ ସ୍ଥିତ ସୁଧୁରୁଥିବା ବେଳେ ଜନସାଧାରଣ କୋଭିଡ ନିୟମକୁ ନିଷ୍ଠାର ସହ ପାଳନ କରି ଘରେ ରହିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ସାବୁନ ଦ୍ୱାରା ହାତ ସଫା କରିବା, ଥଣ୍ଡା କାଶ ଜ୍ଵର ହେଲେ ଆଶା କର୍ମୀଙ୍କୁ ଜଣାଇବା ବା ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ବୁଗୁଡା ଏନଏସି ଇଓ ରଶ୍ମିରଞ୍ଜନ ଦାଶ ସମସ୍ତଙ୍କୁ ନିବେଦନ କରିଛନ୍ତି।


