ପାଣିକୁଣ୍ଡରୁ ଯୁବକର ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ସହରର ଗଣେଶଭବନ ନିକଟସ୍ଥ ରାସ୍ତା କଡରେ ଥିବା ପାଣିକୁଣ୍ଡରୁ ପୋଲିସ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି । ମୃତ ଯୁବକଙ୍କ ନାମ ଲକ୍ଷ୍ମଣ ମୁଣ୍ଡା(୨୮) ଓ ଘର ଯୋଡା ସହରସ୍ଥିତ ମାଦ୍ରାସ ହଟିଂରେ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ ମିନିଟ୍ ସମୟରେ ଉକ୍ତ ପାଣିକୁଣ୍ଡରେ ଜଣେ ଯୁବକଙ୍କର ମୃତଦେହ ବୁଡି ରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଯୋଡା ପୋଲିସ ପହନଚି ଅଗ୍ନିଶମ ବିଭାଗ ମାଧ୍ୟମରେ ମୃତଦେହକୁ ଉଦ୍ଧାର କରିଥିଲା । ତେବେ ଏହି ଘଟଣାକୁ ସ୍ଥାନୀୟ ଲୋକେ ହତ୍ୟା ସନ୍ଦେହ କରୁଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ କହିଛନ୍ତି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ନଂ ୨୨/୨୦୨୦ ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇବା ସହ ଏହାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।


