ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ
ହିଂଜିଳିକାଟୁ, (ଶେଷଦେବ ସାହୁ): ଚଳିତ ଜୁଲାଇ ମାସ କରୋନା ସଂକ୍ରମଣ ସକାଶେ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ସମୟ । ସରକାର ଏଭଳି କଠିନ ପରିସ୍ଥିତିର ମୁକାବିଲା କରିବା କରିବା ଲାଗି କରୋନା ଋଣନୀତି ପ୍ରସ୍ତୁତ କରିଛନ୍ତି । ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଥିବା ବେଳେ ସଂପୃକ୍ତ ଜିଲ୍ଲାକୁ ଗଞ୍ଜାମ ଜିଲ୍ଲାକୁ କରୋନା ମୁକ୍ତ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚଳିତ ମାସ ଶେଷ ସୁଦ୍ଧା କରୋନା ମୁକ୍ତ କରିବା ଲାଗି ଆହ୍ୱାନ ଦେବା ସହ ଜନସାଧାରରଙ୍କ ସହଯୋଗ ଲୋଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପା କୁଲାଙ୍ଗେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳକୁ ଘନ ଘନ ଗ୍ରସ୍ତ କରି ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ସହ କରୋନାର ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ଓ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ହିଞ୍ଜିଳି ଗ୍ରସ୍ତ କରି ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ବିଭିନ୍ନ ବିଭାଗୀୟ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ସହ କରୋନାର ମୁକାବିଲା ନେଇ ସମୀକ୍ଷା କରିବା ସହ ବିସୃତ ଆଲୋଚନା କରିଛନ୍ତି । ସ୍ଥାନୀୟ ବ୍ଳକର ସମସ୍ତ ପଂଚାୟତରେ କୋଭିଡ଼ କେୟାର ଗୃହ ସ୍ଥାପନ କରି ଗ୍ରାମାଂଚଳରେ ସରଂପଚ ମାନଙ୍କ ସହିତ ମିଶି କୋଭିଡ଼ ପରିଚାଳନା ସଭା ଖୋଲା ସ୍ଥାନରେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି କରୋନା ଆକ୍ରାନ୍ତ ରହିଥିବା ନେଇ ପ୍ରଶାସନ୍ଖଳ ଅଧିକାରୀ ମାନେ ଜିଲ୍ଲାପାଳଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ୱାର୍ଡ଼ରେ କୋଭିଡ଼ ମନିଟର ଗଠନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଉପରେ କହିଥିଲେ । ସେମାନେ ଦୈନନ୍ଦିନ ତଥ୍ୟ ପ୍ରଦାନ କରିବା ସହ ସର୍ତକତା ଓ ସଚେତନତା ସୃଷ୍ଟି କରିବେ ବୋଲି କୁହାଯାଇଥିଲା । ଏତି ସହିତ କୋଭିଡ଼ କେୟାର ହୋମ ଓ କ୍ଳଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ । ପରିବେଶ ସ୍ୱଛ ଓ ସାନିଟାଇଜେସନ କରିବା ସହ ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା, ସାମାଜିତ ଦୂରତ୍ୱ ରକ୍ଷା କରିବା ଓ ଜନଗହଳି ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ପ୍ରତି ପଂଚାୟତରେ ଘରକୁ ଘର ବୁଲି ଆକ୍ରାନ୍ତଙ୍କ ସ୍ୱାବ ସଂଗ୍ରହ, ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟେମେଂଟ ଜରିଆରେ ସ୍ୱମନୟ ରଖି ସଂକ୍ରମଣ ରୋକିବା ଦିଗରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ଆୟୋଜିତ ବୈଠକରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥ, ମୃତ୍ୟଞ୍ଜୟ ପାଣିଗ୍ରାହୀ, ବିପିଏମ ଶଶାଙ୍କ ଶେଖର ପଣ୍ଡାଙ୍କ ସମେତ ବହୁ ସରଂପଚ, ସମିତିସଭ୍ୟ/ସଭ୍ୟା ଓ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ ।


