ଲକ୍ଷଣ ଥିବା ଦୁଇ ସ୍ଥାନୀୟ ବ୍ୟକ୍ତିଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଇଲେ ପ୍ରଶାସନ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ସହରରେ ୫ ଦିନ ପୁର୍ବେ ୪ ଜଣ ସ୍ଥାନୀୟ ଲୋକ କରୋନା ଚିହ୍ନଟ ପରେ ସହରବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।ଏ ନେଇ ପ୍ରଶାସନ ତୁରନ୍ତ ବେଲଗୁଣ୍ଠା ସହରର ୪ ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଓ ୫ ଟି ୱାର୍ଡ ବଫର।ଜୋନ୍ ଘୋଷଣା କରି ସହରକୁ ଜିଲ୍ଲାପାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିଲ୍ କରିଥିଲେ ।କରୋନା ଆକ୍ରାନ୍ତ ବ୍ୟକ୍ତି ଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଆଜି ଖବର ପାଇ ଲକ୍ଷଣ ଥିବା ଦୁଇ ବ୍ୟକ୍ତିଙ୍କ ଘରେ ପ୍ରଶାସନ ପହଞ୍ଚି ସେମାନଙ୍କୁ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି ।ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର, ବେଲଗୁଣ୍ଠା ନୀର୍ବାହୀ ଅଧିକାରୀ ଧରଣୀଧର ବେହେରା ଲକ୍ଷଣ ଥିବା ତିନି ଜଣ ବ୍ୟକ୍ତିଙ୍କ ବିଷୟରେ ଖବର ପାଇ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଲକ୍ଷଣ ଥିବାରୁ ସ୍ୱାବ୍ ପରୀକ୍ଷା ପାଇଁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।କିନ୍ତୁ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଜଣକ ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ଜ୍ୱର ଭଲ ହୋଇଯାଇଥିବା ଏବଂ ଲକ୍ଷଣ ନ ଥିବା କହି କେବଳ ଦୁଇଜଣଙ୍କୁ ସ୍ୱାବ୍ ପରୀକ୍ଷା ପାଇଁ ନେଇଥିବା ଜଣାପଡିଛି ।କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ତୃତୀୟ ଜଣଙ୍କର ମଧ୍ୟ ସ୍ୱାବ୍ ପରୀକ୍ଷା ଜରୁରୀ ଥିଲା ବୋଲି ଆଲୋଚନା ହେଉଛି ।ଏବଂ ସ୍ୱାସ୍ଥ୍ୟ ବିଭାଗର ବେଖାତିର ମନୋଭାବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ତହସିଲଦାର ଶ୍ରୀ ବେହେରା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କହିବା ପରେ ମଧ୍ୟ ତିନି ଜଣଙ୍କ ମଧ୍ୟରୁ ଜଣକୁ ନ ନେବା ସ୍ୱାସ୍ଥ୍ୟ ବିଭାଗ,ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ କୁ ଅବମାନନା କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।ଯଦି ଏହା ସତ୍ୟ ହୁଏ ତେବେ ତା ହେଲେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ପାଇଁ କରୋନା ପରିସ୍ଥିତି ଆହୁରି ଜଟିଳ ହୋଇପାରେ ।ତେଣୁ ପ୍ରଶାସନ ଦିନରାତି ଏକ କରି ସଠିକ ପରିଚାଳନାକୁ ଗୁରୁତ୍ୱ ଦେଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସଜାଗ ନ ରହିଲେ ଏବଂ ପ୍ରଶାସନକୁ ସହଯୋଗ ନ କଲେ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି ଆଲୋଚନା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ