ବିଧାନସଭାରେ ଉଠା ଦୋକାନୀଙ୍କ ଥଇଥାନ ଉପରେ ଆଲେଚନା

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ବିଧାନସଭାରେ ଗୃହ ଏବଂ ପୈାରଉନ୍ନୟନ ବିଭଗାର ଦାବୀ ଆଲେଚନାରେ ଭାଗନେଇ ବାଲେଶ୍ୱର ସହରର ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ସହରର ମୁଖ୍ୟ ସମସ୍ୟା ଉଠାଦୋକାନୀ ମାନଙ୍କ ସ୍ଥାୟୀ ଥଇଥାଇନ ପାଇଁ ନାଳକୁ ଅବରୋଧ ହେଉନଥିବା ଭଳି ମାର୍କେଟ ସଂଲଗ୍ନ ଜାଗା ଚିହ୍ନଟ କରି ଦୋକାନୀ ମାନଙ୍କ ପେଟପାଟଣା ପାଇଁ ସ୍ମାର୍ଟ ସେଫ୍ ଭେଣ୍ଡିଂ ଜୋନ୍ କରିବା ପାଇଁ ସରକାର ବଜେଟ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଉଚ୍ଚେଦ ପୂର୍ବରୁ ଦୋକାନୀ ମାନଙ୍କର ଥଇଥାନ କରିବା ଦିଗରେ ବିଭାଗ ଅଗ୍ରୀମ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଧାୟକ ଶ୍ରୀ ଦତ୍ତ ଦାବୀ ରଖିଥିଲେ । ବାଲେଶ୍ୱର ସମେତ ଓଡିଶାର ପ୍ରମୁଖ ସହରରେ ଆଜି ଅଳ୍ପ ବର୍ଷାରେ କୃତ୍ତିମ ବନ୍ୟା ସୃଷ୍ଟି ହେଉଛି ତେଣୁ ଏଥି ପ୍ରତି ସରକାର ଏକ ଟାକ୍ସ ଫୋର୍ସ ଗଠନ କରି ତୁରନ୍ତ ମହାନାଳର ପୁନରୁଦ୍ଧାର ସହ ଜଳ ନିଷ୍କାସନ ପାଇଁ ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି ଶ୍ରୀ ଦତ୍ତ ଗ୍ୃହ ସମ୍ମୁଖରେ ମତ ପ୍ରକାଶ କରିଥିଲେ । ମାସ ଗୋଟିଏ ଚାଲି ପ୍ରହସନ ପାଳଟିଥିବା ସିଟି ବସ ସେବାକୁ ତୁରନ୍ତ ଚାଲୁ କରିବା ସହ ବାଲେଶ୍ୱର ପୈାରପାଳିକାର ଅମୃତ ପାନୀୟ ଜଳ ଯୋଗାଣ ନାମରେ ରାସ୍ତା ଘାଟକୁ ଅସୁନ୍ଦର କରି ମନ ଇଚ୍ଛା ବର୍ଷ ବର୍ଷ ଧରି କାର୍ଯ୍ୟ କରିବା ବିରୁଦ୍ଧରେ ଆଜି ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ମନ୍ତ୍ରୀକୁ ତୁରନ୍ତ ଏଥି ପାଇଁ ଯତ୍ନବାନ ହେବା ପାଇଁ ଅନୁରୋଧ କରିଥିଲେ । କେନ୍ଦ୍ରୀୟ ଅମୃତ ଯୋଜନାକୁ ରୂପାୟନ କରିବାରେ ବାଲେଶ୍ୱର ପୈାରପାଳିକା ସପୂର୍ଣ୍ଣ ବିଫଳ ହୋଇଥିବା ଭୂତଳ ଜଳର ସ୍ତର କମି କମି ଯାଉଥିଲେ ମଧ୍ୟ ନଦୀ ପାଣିରୁ ପାନୀୟ ଜଳ ବିଶୋଧାବାଗାର ପ୍ଲାଟକୁ ବନ୍ଦ କରିବା ଆଗାମୀ ଦିନର ଜଳଅଭାବକୁ ନିମନ୍ତ୍ରଣ ଦେବା ସହ ସମାନ । ଜଳଅଭାବରୁ ଆଜିର ଦିନରେ ଯେପରି ପାରାଦ୍ୱୀପରେ ସପ୍ତାହକୁ ୧ଦିନ ପାନୀୟ ଜଳ ଯୋଗାଣ ହେଉଛି ଯଦି ଉକ୍ତ ପ୍ଲାଣ୍ଟକୁ ପୁନରୁଦ୍ଧାର ନ କରାଯାଏ ଭବିଷ୍ୟତରେ ପାରାଦ୍ୱୀପ ଭଲି ବାଲେଶ୍ୱର ସହରରେ ମଧ୍ୟ ଜଳ ସମସ୍ୟା ଦେଖା ଦେବ ତେଣୁ ପ୍ଲାଟକୁ ପୁନ ନିର୍ମାଣ ପାଇଁ ବିଭାଗ ବିଶେଷ ଧ୍ୟାନ ଦେଉ ବୋଲି ଶ୍ରୀ ଦତ୍ତ କହିଥିଲେ । ଇ-ମୁନସିପାଲିଟି, ସହର ପାଇଁ ବ୍ୟର୍ଯବସ୍ତୁ ପରିଚାଳନା ପ୍ଲାଣ୍ଟ, ସ୍ୱଚ୍ଛତା ପାଇଁ ଆଧୁନିକ ଉପକରଣ ସହ କର୍ମଚାରୀ ମାନଙ୍କୁ ଟ୍ରେନିଂ ପ୍ରଦାନ, ବୃକ୍ଷ ରୋପଣ ଏବଂ ଗ୍ରୀନ ସ୍ପେସ୍ ପାଇଁ ବିଶେଷ ବ୍ୟବସ୍ଥା ଆଦି ଉପରେ ଏଥରର ବଜେଟ୍ରେ ବ୍ୟୟ ବରାଦ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ