ଜୁଲାଇ ୮ ତାରିଖରୁ ୧୫ ପର୍ଯ୍ୟନ୍ତ ୮ ଦିନ ପାଇଁ ବୁଗୁଡା ସହର ୨୪ ଘଣ୍ଟିଆ ସଟ୍ ଡାଉନ

ବୁଗୁଡା (ଅନିଲ କୁମାର ମହାରଣା) : ସହରରେ ପୋଲିସ ବାହିନୀ, ଅଗ୍ନିଶମ ବିଭାଗ, ବ୍ଲକ ଜେଇ ଙ୍କ ସମେତ ସାଧାରଣ ଜନତାଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ତପ୍ତରତା ପ୍ରକାଶ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ବୁଗୁଡା ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସରରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ଜୁଲାଇ ୮ ତାରିଖ ବୁଧବାର ଠାରୁ ୧୫ ବୁଧବାର ପର୍ଯ୍ୟନ୍ତ ଆଠ ଦିନ ପାଇଁ ୨୪ ଘଣ୍ଟିଆ ସଟ୍ ଡାଉନ କରିବା ପାଇଁ ଠିକ କରାଯାଇଛି। ଶନିବାର ଓ ରବିବାର ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ସଟ୍ ଡାଉନ ଥିବା ବେଳେ ସୋମବାର ଓ ମଙ୍ଗଳବାର ଦୁଇଦିନରେ ସମସ୍ତେ ଆବଶ୍ୟକିୟ ସାମଗ୍ରୀ କ୍ରୟ କରିବା ପାଇଁ ସୁଯୋଗ ଦେବା ପରେ ବୁଧବାର ରୁ ବୁଧବାର ଆଠ ଦିନ ପାଇଁ ୨୪ ଘଣ୍ଟିଆ ସଟ୍ ଡାଉନ ଆଇନ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ସର୍ବସମ୍ମତି ମତ ପ୍ରକାଶ ପାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଶୁଭାଶିଷ ପାଣିଗ୍ରାହୀ, ଏନଏସି ଇଓ ରଶ୍ମିରଞ୍ଜନ ଦାଶ, ବିଇଓ ରସାନନ୍ଦ କର, ସିଡିପିଓ ରଞ୍ଜିତା ତ୍ରିପାଠୀ ପ୍ରମୁଖ ଅଧିକାରୀଙ୍କ ସମେତ ଓକିଲ ସଂଘ, ସାମ୍ବାଦିକ ବୃନ୍ଦ, ଚେମ୍ବର୍ସ ଅଫ କମର୍ସ ,ବଣିକ ସଂଘ, ପନିପରିବା ବ୍ୟବସାୟୀ ସଂଘ, କେମେଷ୍ଟି ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ, ଅଟୋ ରିକ୍ସା ସଂଘ , ପାଇକାରୀ ବ୍ୟବସାୟୀ ସଂଘ ପ୍ରଭୃତି ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସଟ୍ ଡାଉନ ସମୟରେ କିପରି ଆଇନ କାର୍ଯ୍ୟକାରୀ ହେବ ତାହାର ଏକ ବିସ୍ତୃତ ବିବରଣୀ ପ୍ରତ୍ୟେକ ସଂଗଠନର କର୍ମକର୍ତ୍ତା ମାନଙ୍କୁ ପ୍ରଶାସନ ପ୍ରଦାନ କରିବା ସହ ଏହି ସଟ୍ ଡାଉନ ବିଷୟରେ ବୁଗୁଡା ଏନଏସି ଓ ବ୍ଲକରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବ। ସଟ୍ ଡାଉନ ସମୟରେ ବୁଗୁଡା ସହରରେ ୪୦ ଟି ଟିମ ଗଠନ କରାଯାଇ ସ୍ୱାସ୍ଥ୍ୟ ସମ୍ପର୍କୀୟ ବିବରଣୀ ସଂଗ୍ରହ କରାଯାଇ ଯେଉଁ ବ୍ୟକ୍ତି ନିକଟରେ ଥଣ୍ଡା, କାଶ, ଜ୍ୱର ପ୍ରଭୃତି ଦେଖାଦେବ ସେହି ବ୍ୟକ୍ତିଙ୍କୁ ଏନଏସିର କୋଭିଡ କେୟାର ହୋମ ରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ସହ ସ୍ଲାବ ଟେଷ୍ଟ କରାଯିବ। ଯେଉଁ ବ୍ୟକ୍ତିଙ୍କ ପଜିଟିଭ ଚିହ୍ନଟ ହେବ ସେହି ବ୍ୟକ୍ତିଙ୍କୁ ତୁରନ୍ତ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ପଠାଯିବ। ବୁଗୁଡା ସହରର ପ୍ରତ୍ୟେକ ପ୍ରବେଶ ପଥ ଓ ସାହି ଆରମ୍ଭରେ ବାରିକଡ଼ ନିର୍ମାଣ କରାଯିବ। ବାଇକ ଚଳାଇବା ସମ୍ପୂର୍ଣ୍ଣ ବନ୍ଦ କରାଯିବ। ମେଡିକାଲକୁ ଯିବା ପାଇଁ ଏନଏସି ଦ୍ୱାରା ଅନୁମତି କ୍ରମେ ଅଟୋ ବା ଆମ୍ବୁଲାନ୍ସରେ ଯିବାକୁ ସ୍ଥିର ହୋଇଅଛି। ଏନଏସି ବରିଷ୍ଠ କିରାଣୀଙ୍କ ଧନ୍ୟବାଦ ପରେ ବୈଠକ ସାଙ୍ଗ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ