ଲ୍ୟାଣ୍ଡ ରେକର୍ଡ ଓ ସେଟଲମେଣ୍ଟ କମିଶନରଙ୍କ ଯାଜପୁର ଗସ୍ତ

ଯାଜପୁର, (ଓ୍ବାଇଏନ୍ଏସ୍) : ଜମିଜମା ବ୍ୟବସ୍ଥାକୁ ସରଳୀକରଣ ପାଇଁ ସରକାର ବହୁବିଧ ଉଦ୍ୟମ ଓ ଆଇନ ପ୍ରଣୟନ କରିଚ୍ଥନ୍ତି । ଦାୟିତ୍ୱରେ ଥିବା ରାଜସ୍ୱ ଅଧିକାରୀମାନେ ଏହାର ଉପଯୋଗ କରି ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କଲେ ଏହାର ସୁପଂଳ ହିତାଧିକାରୀ ପାଇପାରିବେ ବୋଲି ରାଜସ୍ୱ ପର୍ଷଦର ଲ୍ୟାଣ୍ଡ ରେକର୍ଡ ଓ ସେଟଲମେଣ୍ଟ କମିଶନରଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା କମିଶନର ମଧୁସୂଦନ ପାଢୀ ଆହ୍ୱାନ ଦେଇଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ କକ୍ଷରେ କମିଶନର ଶ୍ରୀ ପାଢୀଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମ୍ୱନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ପାଢୀ ଜମି ଅଭିଲେଖ ଓ ବନ୍ଦୋବସ୍ତ ଆୟୁକ୍ତଙ୍କୁ ଜମିଜମା ସଂପର୍କରେ ପୁନଃ ନିରୀକ୍ଷଣ କୋର୍ଟର ପ୍ରିଜାଇଡିଂ ଅପିଂସର ଦାୟିତ୍ୱ ଓ କ୍ଷମତା ଦିଆଯାଇଥିବାରୁ ଏହାର ସମୀକ୍ଷା ଓ ସମାଧାନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି କହିଥିଲେ । ଯାଜପୁର ଜିଲ୍ଳ୍‌ାର ମାମଲା ଗୁଡି଼କ ଓଡିଶା ସର୍ଭେ ଓ ସେଟେଲମେଣ୍ଟ ଆକ୍ଟ- ୧୯୫୮ ଓ ଅନ୍ୟାନ୍ୟ ଆଇନ ଆଧାରରେ ମଧ୍ୟ ସମାଧାନ ପାଇଁ ରହିଚ୍ଥି ! ମାମଲା ଗୁଡିକରେ ସଠିକ ତଥ୍ୟ ଯୁକ୍ତି ଓ ଜମିର ପୂର୍ବ ସ୍ଥିତି, ସ୍ଥିତିବାନ ଇତ୍ୟାଦି ସଂପର୍କରେ ବିଭାଗୀୟ ଅଧିକାରୀ ମାନେ ସଠିକ ଭାବେ ତଥ୍ୟ ଉପସ୍ଥାପନ କରିବା ଜରୁରୀ । ରାଜସ୍ୱ ଆଦାୟ ସହ ସରକାରୀ ସମ୍ପତ୍ତିର ରକ୍ଷଣା ବେକ୍ଷଣ ଓ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଶ୍ରୀ ପାଢୀ ପରାମର୍ଶ ଦେଇଥିଲେ । ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଳ୍‌ାର ସୂଚନା ପ୍ରଦାନ କରିଥିଲେ । ପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ବନ୍ଦୋବସ୍ତ ଓ ଚକବନ୍ଦୀ ଅପିଲ କେସ ମାମଲା ଗୁଡି଼କର ପଂଏସଲା କରାଯାଇଅଚ୍ଥି । ଅବଶିଷ୍ଟ ମାମଲା ଗୁଡିକୁ ତ୍ୱରିତ ପଂଏସଲା ପାଇଁ ଉଭୟ ତହସିଲଦାର ଏବଂ ଅତିରିକ୍ତ ଉପଜିଲ୍ଳ୍‌ାପାଳଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ କୋର୍ଟରେ ବିଚାରାଧିନ ସମସ୍ତ ମାମଲା ଗୁଡିକୁ କୋର୍ଟ କେଶ ମନିଟରିଂ ସିଷ୍ଟମ ୱେବ୍ ପୋର୍ଟାଲର ପରିସରଭୁକ୍ତ କରିବା ପାଇଁ ଏକ ପ୍ରଶିକ୍ଷଣ ରାଜସ୍ୱ ପର୍ଷଦର ରାଷ୍ଟ୍ରୀୟ ସମାଜ ବିଜ୍ଞାନ ଉପ ନିର୍ଦ୍ଧେଶକଙ୍କ ଦ୍ୱାରା ପ୍ରଦାନ କରାଯାଇ ତହସିଲଦାର ମାନଙ୍କୁ ଏହାର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହାଦ୍ୱାରା ସର୍ବସାଧାରଣ ୱେବ୍‌ସାଇଟ୍ ମାଧ୍ୟମରେ ଦରଖାସ୍ତ ପ୍ରଦାନ କରିବା ସହ ଅଧିକାରୀମାନେ ମଧ୍ୟ ଏହି ମାଧ୍ୟମରେ ସେମାନଙ୍କ ତଦନ୍ତ ରିପୋର୍ଟ ଏବଂ ପଂଏସଲା କରି ଊଭୟ ସମୟ ଅପଚୟରୁ ମୁକ୍ତ ହେବେ ବୋଲି ସେ ପରାମର୍ଶ ଦେଇଥିଲେ । ଏଥିସହିତ ରାଜସ୍ୱ ପର୍ଷଦର ଅତିରିକ୍ତ ସଚିବ ନିହାର ରଂଜନ ଦାସ, ଉଦ୍ୟାନ ଯଜ୍ଞ ସମିତିର ଜମି ଚିହ୍ନଟ କରି ଯୋଗ୍ୟ ବ୍ୟକ୍ତି ମାନଙ୍କୁ ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ବିଭିନ୍ନ ମାମଲାର ପଂଏସଲାରେ କର୍ମଚାରୀ ଅଭାବକୁ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାକୁ ଜିଲ୍ଳ୍‌ାପାଳଙ୍କ ମାଧ୍ୟମରେ ଉପସ୍ଥାପନ କରିବା ପାଇଁ କମିଶନର ପରାମର୍ଶ ଦେଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ, ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଉପଜିଲ୍ଳ୍‌ାପାଳ ଚିନ୍ମୟୀ ବଶ୍ୱାଳ, ସମସ୍ତ ତହସିଲଦାର, ସହକାରୀ ଜିଲ୍ଳ୍‌ାପାଳ ବୀରକିଶୋର ସାହୁ, ତିଳୋତ୍ତମା ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ