ଏସସିବିରେ ଚିକିତ୍ସା ହୋଇ ଫେରିଲେ ସଂଗ୍ରାମ ଜିଲ୍ଲାପାଳ ଓ ଗଣମାଧ୍ୟମକୁ ଧନ୍ୟବାଦ ଦେଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବୁଡୃକିଆ ପଞ୍ଚାୟତର ବାଲିସୁଗା ଗ୍ରାମର ସଂଗ୍ରାମ ମଲିକ ବୟସ ୧୨ବର୍ଷ ପିତା ନରସିଂହ ମଲିକ ତାଙ୍କ ପୁଅର ଓଠର ଉପର ଭାଗରେ ଏକ ବଥ ବାହାରିଥିଲା ।ଏଥିପାଇଁ ସଂଗ୍ରାମ ମଲିକ ଏକ ବର୍ଷହେଲା ସ୍କୁଲକୁ ନଯାଇ ଘରେ ରହୁଥିଲା ।କାଳକ୍ରମେ ଏହି ବଥ ବଡ ହେବାରୁ ଘର ଲୋକ ଧାର,ଉଧାର କରି ମେଡିକାଲରେ ଚିକିତ୍ସା କରାଇଥିଲେ, କିନ୍ତୁ କିଛି ସୁଫଳ ମିଳିନଥିଲା ।ଶେଷରେ ହତାସ ହୋଇ ଗଣମାଧ୍ୟମକୁ ଜଣାଇଥିଲେ ।ଗଣମାଧ୍ୟମ ସଂଗ୍ରାମର ଚିକିତ୍ସା ପାଇଁ ବାରମ୍ବାର ଖବର ପ୍ରକାଶିତ କରିବା ସହିତ ସ୍ଥାନୀୟ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ।ଜିଲ୍ଲାପାଳ ମହୋଦୟା ଏଥିପ୍ରତି ଦୃଷ୍ଟିଦେଇ ସଂଗ୍ରାମ ଙ୍କ ଏହି ଜଟିଳ ବଥର ଚିକିତ୍ସା ପାଇଁ ତପ୍ତର ଦେଖାଇବା ସହିତ ସାହାଯ୍ୟର ହାତ ବଢାଇଥିଲେ ।ସଂଗ୍ରାମକୁ କଟକ ଏସସିବିରେ ଚିକିତ୍ସିତ କରାଯାଇ ଏହି ସଫଳ ମିଳିଥିଲା । ବର୍ତ୍ତମାନ ସଂଗ୍ରାମ ସୁସ୍ଥ ହୋଇ ଘରକୁ ଫେରିଛି ।ତାର ସୁସ୍ଥତା ପାଇଁ ପରିବାର ପକ୍ଷରୁ କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦାଡି,ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।ସଂଗ୍ରାମ ମଲିକଙ୍କ ପରିବାର ଗରିବ ଶ୍ରେଣିର ହୋଇଥିବାରୁ ସଂଗ୍ରାମଙ୍କ ପରିବାରକୁ ପ୍ରଧାନମନ୍ତୀ ଆବାସ ଯୋଜନାରେ ଏକ ବାସଗୃହ ଯୋଗାଇବା ସହିତ ସଂଗ୍ରାମକୁ ହଷ୍ଟେଲରେ ରଖି ପାଠପଢାଯିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।ଚିକିତ୍ସା ପରେ ମଧ୍ୟ ସଂଗ୍ରାମର ଅପରେସନ ହୋଇଥିବା ବଥ ସ୍ଥାନରେ ସାମାନ୍ୟ ବ୍ୟଥା ହୋଉଥିବା ସଂଗ୍ରାମ ପ୍ରକାଶ କରିଥିବା ଜଣାପଡିଛି ।ସେ ସମସ୍ତ ପିଲାମାନଙ୍କ ଭଳି ସ୍କୁଲ ଯାଇ ସାଙ୍ଗମାନଙ୍କ ସହିତ ଖେଳ,କୁଦ କରିପାରିବ ବୋଲି ପ୍ରକାଶ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ