ଘୁଞ୍ଚିଲା ଜେଇଇ ଓ ଏନଇଇଟି ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଆଶଙ୍କାରେ ଜେଇଇ ଓ ଏନଇଇଟି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏନେଇ ସୂଚନା ଦେଇଛନ୍ତି। ସେ ଏକ ନୂଆ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୧-୬ ମଧ୍ୟରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ । ଆଡଭାନ୍ସଡ ପରୀକ୍ଷା ସେପ୍ଟେମ୍ବର ୨୭ରେ ହେବ । ଏନଇଇଟି ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ । ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ନଜରରେ ରଖି ଏହି ପରୀକ୍ଷାକୁ ଘୁଞ୍ଚାଇଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ