ଚିକୁନଗୁନିଆ ରୋକିବ ଯନ୍ତ୍ର
ୟୁଏସ୍ ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନଶନ(ସିଡିଓ)ର ଗବେଷକମାନେ ଏକ ଡିଭାଇସ୍ ବିକାଶ କରିଛନ୍ତି ଯାହା ମାଈ ମଶାଙ୍କୁ ଆକର୍ଷିତ କରିପାରିବ । ମଶା ଅଣ୍ଡା ଦେବାକୁ ଜାଗା ଖୋଜୁଥିବା ସମୟରେ ଏହି ଯନ୍ତ୍ର ମଶାକୁ ଟ୍ରାପ୍ କରିିବ । ଜର୍ନାଲ ପିଏଲ୍ଓଏସ୍ରେ ଏ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି । ଅଟୋସାଇଡାଲ ଗ୍ରାଭିଡି ଓଭିଟ୍ରାପ(ଏଜିଓ ଟ୍ରାପ) ନାମକ ଯନ୍ତ୍ର ଆମେରିକାର ପୁର୍ଟୋରିକାରେ ପରୀକ୍ଷା କରାଯାଇଛି । ଯେଉଁ ପରିବାରରେ ଏହି ଯନ୍ତ୍ରକୁ ରଖାଯାଇଥିଲା ସେହି ପରିବାରରେ ଏଜିଓ ଟ୍ରାପ ରଖାଯାଇନଥିବା ପରିବାର ତୁଳନାରେ କମ୍ ପଜିଟିଭ କେସ୍ ମିଳିଥିଲା । ଏହି ଡିଭାଇସ ପୂରା କେମିକାଲମୁକ୍ତ । ଏହା ସହଜରେ ଏଡିଶ ମଶାର ବଂଶବୃଦ୍ଧିକୁ ନିୟନ୍ତ୍ରଣ କରିବା ସହ ସଂକ୍ରମଣ ମୁକ୍ତ କରିବ । ଏଜିଓ ଟ୍ରାପ୍ ଅଧିକ ଲୋକ ବସବାସ କରୁଥିବା ଅଞ୍ଚଳରେ କିଭଳି କାମ କରିବା ତାହା ଉପରେ ସମୀକ୍ଷା କରାଯିବା ପରେ ଜଣାପଡିବ ।


